Latest Odisha News

BREAKING NEWS

ସଞ୍ଜୟ ଲୀଲା ଭନ୍‌ଶାଲୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନଶାଲୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ମୁମ୍ବାଇର ଗୋରେଗାଓଁ ଫିଲ୍ମ ସିଟିରେ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆୱାଡି ସୁଟିଂ କରୁଥିଲେ ଭନ୍‌ଶାଲୀ।

ସୂଚନା ଅନୁଯାୟୀ ସଞ୍ଜୟ ଲୀଲା ଭନଶାଲୀ କରୋନା ପରୀକ୍ଷା କରାଇଥିଲେ। ଏହାପରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେ ଏବେ ସଙ୍ଗ‌େରୋଧରେ ରହିଛନ୍ତି। ସଞ୍ଜୟ ଲୀଲା ଭନଶାଲୀ ଏବଂ ରଣବୀର ଉଭୟ କରୋନା ପଜିଟିଭ୍ ଆସିଥିବାରୁ ଆଲିଆ ମଧ୍ୟ ନିଜକୁ ସଙ୍ଗରୋଧରେ ରହିଛନ୍ତି। ସଞ୍ଜୟଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି କରୋନା ପରୀକ୍ଷା କରାଇଛନ୍ତି।

Leave A Reply

Your email address will not be published.