Latest Odisha News

BREAKING NEWS

ଦାୟିତ୍ୱ ନେଲେ ଝାରସୁଗୁଡ଼ା ଏୟାରପୋର୍ଟର ନୂଆ ନିର୍ଦ୍ଦେଶକ

ଝାରସୁଗୁଡ଼ା: ବଦଳିଲେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ । ନୂଆ ନିର୍ଦ୍ଦେଶକ ଭାବରେ ପଓ୍ୱନ କୁମାର ଜୁଟସୀ ଦାୟିତ୍ୱ ଗ୍ରହଣ କରିଛନ୍ତି । କିଶୋର କୁମାର ସେନାପତିଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଛି । ପଦୋନ୍ନତି ପାଇ କିଶୋର ସେନାପତିଙ୍କର ଦିଲ୍ଲୀ ମୁଖ୍ୟାଳୟକୁ ବଦଳି ହୋଇଛି ।

ଦାୟିତ୍ୱ ଗ୍ରହଣ ପରେ ନୂଆ ନିର୍ଦ୍ଦେଶକ କହିଛନ୍ତି, ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ସାମଗ୍ରିକ ବିକାଶ ତାଙ୍କର ଫୋକସ ରହିବ । ଖୁବଶୀଘ୍ର ଏୟାରପୋର୍ଟର ବିଭିନ୍ନ ବିଭାଗ ସହ ବୈଠକ କରି ଆଲୋଚନା କରିବେ ବୋଲି କହିଛନ୍ତି ।

ଝାରସୁଗୁଡ଼ାରୁ ଅଧିକରୁ ଅଧିକ ବିମାନ ଉଡ଼ାଣ ସହ ବାକି ରହିଥିବା ବିକାଶମୂଳକ କାମକୁ ଶେଷ କରିବା ତାଙ୍କର ଅଗ୍ରାଧିକାର ରହିବ ବୋଲି ପଓ୍ୱନ ଜୁଟସୀ କହିଛନ୍ତି । ଏହା ପୂର୍ବରୁ ସେ ଭୋପାଳ ଏୟାରପୋର୍ଟର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଡିଭିଜନର ଏଜିଏମ୍ ଥିଲେ ।

Leave A Reply

Your email address will not be published.