Latest Odisha News

BREAKING NEWS

ସୁନନ୍ଦା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଶଶି ଥରୁର

ନୂଆଦିଲ୍ଲୀ: ସୁନନ୍ଦା ପୁଷ୍କର ମାମଲାରେ କଂଗ୍ରେସ ସାଂସଦ ଶଶି ଥରୁର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ବୁଧବାର ଏହି ଶୁଣାଣୀ କରିଛନ୍ତି । ଦିଲ୍ଲୀ ପୋଲିସ ଧାରା ୪୯୮-ଏ ଏବଂ ୩୦୬ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏଥିସହ ୭ ବର୍ଷ ପୁରୁଣା ମାମଲାରେ ଥରୁରଙ୍କୁ ଶେଷରେ ଆଶ୍ୱସ୍ତି ମିଳିଛି ।

ଚଳିତ ବର୍ଷ ଏପ୍ରିଲ ୧୨ରେ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ । ୨୦୧୪ ଜାନୁୟାରୀ ୧୭ରେ ସୁନନ୍ଦାଙ୍କ ମୃତ ଦେହ ଏକ ହୋଟେଲରେ ମିଳିଥିଲା । ଥରୁର ଆତ୍ମହତ୍ୟା ଲାଗି ସୁନନ୍ଦାଙ୍କୁ ଉସୁକାଇ ନ ଥିଲେ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି । ୨୦୧୮ ଜୁଲାଇ ୫ରେ ଥରୁରଙ୍କୁ ଜାମିନ ମିଳିଥିଲା ।

Leave A Reply

Your email address will not be published.