Latest Odisha News

BREAKING NEWS

ନୂତନ ସଂସଦ ଭବନ ପାଇଁ ନୂଆ ଡ୍ରେସ୍ କୋଡ୍, ବିଭିନ୍ନ ପୋଷାକରେ ନଜର ଆସିବେ କର୍ମଚାରୀ

ନୂଆଦିଲ୍ଲୀ: ଏଣିକି ନୂତନ ସଂସଦରେ କର୍ମଚାରୀମାନେ ପାଇବେ ନୂଆ ୟୁନିଫର୍ମ। ସେପ୍ଟେମ୍ବର ୧୯ ତାରିଖ ଦିନ ନୂତନ ସଂସଦ ଗୃହରେ ଗଣେଷ ଚତୁର୍ଥୀ ପୂଜା ହେବା ସହ ଗୃହ ପ୍ରବେଶ କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ୧୮ ତାରିଖ ଦିନ ପୁରୁଣା ସଂସଦରେ ଏନେଇ ଏକ ବୈଠକ ହେବ। ଏହି ଦିନେ ପୁରୁଣା ସଂସଦର ନିର୍ମାଣକୁ ନେଇ ଆଜି ଯାଏ ହୋଇଥିବା ସ୍ମୃତିକୁ ନେଇ ଆଲୋଚନା ହେବ।

ଏହା ପରେ ପୂଜା କାର୍ଯ୍ୟ କରି ନୂତନ ସଂସଦ ଭବନରେ ପ୍ରବେଶ କରାଯିବ ଏବଂ ଉଭୟ ଗୃହର ମିଳିତ ବୌଠକ ମଧ୍ୟ ଅନୁଷ୍ଠିତ ହେବ। ସୂଚନାନୁସାରେ, ସଂସଦ ଗୃହର କର୍ମଚାରୀଙ୍କ ପାଇଁ ଏକ ନୂତନ ୟୁନିଫର୍ମ ପ୍ରସ୍ତୁତ କରାଯାଇଛି। ଏହାକୁ ଏନଆଇଏଫଟି (NIFT) ଦ୍ୱାରା ଡିଜାଇନ୍ କରାଯାଇଛି। ସଚିବାଳୟର କର୍ମଚାରୀ ପୂର୍ବରୁ ବନ୍ଦ ବେକ ସୁଟ ପିନ୍ଧୁଥିଲେ, ବର୍ତ୍ତମାନେ ଏହି ୟୁନିଫର୍ମ ବଦଳାଇ ମଜେଣ୍ଟା କିମ୍ବା ଗାଢ଼ ଗୋଲାପୀ ନେହେରୁ ଜ୍ୟାକେଟରେ ପରିବର୍ତ୍ତନ କରାଯିବ। ସଂସଦ ଭବନର ଟେବୁଲ୍ ଅଫିସ୍ ଇତ୍ୟାଦି କର୍ମଚାରୀଙ୍କ ପାଇଁ ଏହି ୟୁନିଫର୍ମ ଲାହୁ ହେବ। ଗୃହରେ ଚେୟାର ସମ୍ମୁଖରେ ବସିଥିବା କର୍ମଚାରୀମାନେ ମଧ୍ୟ ଏହାକୁ ପିନ୍ଧିବେ।

ସେମାନଙ୍କ ସାର୍ଟ ରଙ୍ଗ ମଧ୍ୟ ଗାଢ ଗୋଲାପୀ ରହିବ ଏବଂ ଖାକି ରଙ୍ଗର ପ୍ୟାଣ୍ଟ ପିନ୍ଧିବେ। ଏହି ସାର୍ଟରେ ପଦ୍ମ ଫୁଲର ଡିଜାଇନ ରହିବ। ଉଭୟ ସଂସଦ ଭବନର ମାର୍ଶଲଙ୍କ ପୋଷାକ ମଧ୍ୟ ବଦଳାଯାଉଛି। ସେମାନେ ମଣିପୁରୀ ପଗଡି ପିନ୍ଧିବେ। ଏହା ବ୍ୟତୀତ ସଂସଦ ଗୃହର ସୁରକ୍ଷା କର୍ମଚାରୀଙ୍କ ପୋଷାକ ମଧ୍ୟ ପରିବର୍ତ୍ତନ କରାଯିବ। ସେମାନେ ସଫାରି ସୁଟ୍ ପିନ୍ଧୁଥିଲେ, ବିର୍ତ୍ତମାନ ଏହାକୁ ପରିବର୍ତ୍ତନ କରି ସୈନିକମାନଙ୍କ ପରି ପୋଷାକ ଦିଆଯିବ।

Leave A Reply

Your email address will not be published.