Latest Odisha News

BREAKING NEWS

ନୂଆ ଶିକ୍ଷା ନୀତିକୁ ନେଇ କ’ଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଏକ ପ୍ରେସ କନଫ୍ରେନ୍ସରେ ଦେଶର ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ସମ୍ପର୍କରେ ସୂଚନା ଦେଇଛନ୍ତି । ଏପରିକି ନୂଆ ଶିକ୍ଷା ନୀତି ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ ବୋଲି କହିଛନ୍ତି ।

BjdElectrycity

ଏହା ଫଳରେ ଯୁବପିଢି ସୃଜନଶୀଳ ଚିନ୍ତାଧାରା ଅନୁସରଣ କରିବାକୁ ସକ୍ଷମ ହେବେ । ଏବେ କ’ଣ ଭାବିବା ନୁହେଁ, କିପରି ଭାବିବା ଉପରେ ଫୋକସ୍ କରିବା ପାଇଁ ମୋଦି ଶିକ୍ଷାନୀତିରେ କହିଛନ୍ତି ।

ଏହାବ୍ୟତିତ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ‘ଛାତ୍ରଙ୍କ ଶିକ୍ଷା’ ଏବଂ ଡିଗନିଟି ଅଫ୍ ଲେବର ଉପରେ କାମ କରାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଲାଟିର ଘରେ ଓ ସ୍କୁଲରେ ପଢାଯାଉଥିବା ଭାଷା ଏକପ୍ରକାର ହେଲେ ପିଲାଟି ନିଶ୍ଚୟ ଶିକ୍ଷାରେ ଭଲ କରିବ । ସେଥିପାଇଁ ଯେତେ ସମ୍ଭବ ପିଲାଟି ୫ମ ପର୍ଯ୍ୟନ୍ତ ନିଜ ମାତୃଭାଷାରେ ପଢିବା ଉପରେ ଗୁରୁତ୍ୱାରୋପ କରାଯିବା ଉଚିତ୍ ।

ଆମର ନୂତନ ଶିକ୍ଷାନୀତି ଯୁବପିଢିଙ୍କୁ ନିଜ ନିଜର ସ୍ୱପ୍ନକୁ ସାକାର କରିବାରେ ସହଯୋଗ ମଧ୍ୟ କରିବ ।

Leave A Reply

Your email address will not be published.