Latest Odisha News

[ଭିଡିଓ] ବେରୁଟ୍ ପରେ ଦୁବାଇରେ ଭୀଷଣ ଅଗ୍ନିକାଣ୍ଡ !

ଦୁବାଇ: ଲେବାନନ୍ ବେରୁଟ୍‌ରେ ଭୟଙ୍କର ବିସ୍ଫୋରଣ ଲୋକଙ୍କ ମନରେ ନ ଲିଭୁଣୁ ଦୁବାଇରେ ସାମ୍ନାକୁ ଆସିଛି ଭୟଙ୍କର ଦୃଶ୍ୟ । ମଙ୍ଗଳବାର ବେରୁଟ୍ ଓ ବୁଧବାର ଦୁବାଇରେ ଘଟିଥିଲା ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ବିପୁଳ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।

ବେରୁଟ୍ ବିସ୍ଫୋରଣର ମାତ୍ର ଗୋଟିଏ ଦିନ ପରେ ବୁଧବାର ସଂଧ୍ୟା ୬ଟା୩୦ରେ ଦୁବାଇର ଅଜମନ ବଜାରରେ ଘଟିଥିଲା ଅଗ୍ନିକାଣ୍ଡ । ଶିଳ୍ପାଂଚଳରେ ଘଟିଥିବା ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡରେ ପରିବା ଓ ଫଳ ମର୍କେଟ ଜଳିପୋଡି ଛାରଖାର ହୋଇଯାଇଛି ।

କରୋନା ମହାମାରୀ ପାଇଁ ମର୍କେଟ ପ୍ରାୟ ୪ମାସ ଧରି ବନ୍ଦ ରହିଥିଲା । ଏହି କାରଣରୁ କେହି ମୃତାହତ ହୋଇନଥିଲାବଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ବି ଜାଣିବା କଷ୍ଟକର ହୋଇପଡିଛି ।

Leave A Reply

Your email address will not be published.