Latest Odisha News

BREAKING NEWS

ଶିକ୍ଷା ବ୍ୟବସ୍ଥାରୁ ହଟିବ ଏମ୍‌.ଫିଲ୍‌, ୩ରୁ ୪ ବର୍ଷିଆ ହେବ ଅଣ୍ଡର ଗ୍ରାଜୁଏଟ୍‌

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଆଜି ନୂଆ ଶିକ୍ଷା ନୀତି ୨୦୨୦କୁ ମଂଜୁରୀ ଦେଇଛନ୍ତି । ଗତ ୩୪ ବର୍ଷରେ ପ୍ରଥମ ଥର ପାଇଁ ଦେଶର ଶିକ୍ଷା ନୀତିରେ ପରିବର୍ତ୍ତନ ଅଣାଯାଇଛି । ଆଧୁନିକ ସମୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଓ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଶିକ୍ଷାରେ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ।  ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମ ୩ ଓ ୪ ବର୍ଷିଆ ହେବ । ଚାକିରି କରିବାକୁ ଚାହୁଁଥିଲେ ୩ବର୍ଷରେ ସ୍ନାତକ ସାରିପାରିବେ । ଉଚ୍ଚଶିକ୍ଷା ହାସଲ କରିବାକୁ ଚାହୁଁଥିଲେ ୪ ବର୍ଷରେ ସ୍ନାତକ ସରିବ । ପିଜି ପାଠ୍ୟକ୍ରମରେ ବି ବର୍ଷିକିଆ ଓ ଦୁଇ ବର୍ଷିଆ ବିକଳ୍ପ ରହିବ ।

୫ବର୍ଷିଆ ଇଣ୍ଟିଗ୍ରେଟେଡ଼ ବ୍ୟାଚେଲର୍ସ ଓ ମାଷ୍ଟର୍ସ ଡ଼ିଗ୍ରୀ ବ୍ୟବସ୍ଥା କରାଯିବ । ଏଣିକି ଆଉ ଏମ.ଫିଲ ପଢ଼ିବାର ବ୍ୟବସ୍ଥା ରହିବନି । ଅଧାରୁ ପାଠ ଛାଡ଼ିଲେ ବି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ମିଳିପାରିବ । ମଝିରେ ବିରତି ନେଇ ପୁଣି ଅଧାରୁ ପାଠପଢ଼ା ଆରମ୍ଭ କରାଯାଇପାରିବ । ସାରା ଦେଶରେ ଉଚ୍ଚଶିକ୍ଷା ପାଇଁ ଗୋଟିଏ ନିୟାମକ ସଂସ୍ଥା ରହିବ । କେବଳ ଆଇନଗତ ଓ ଡାକ୍ତରୀ ଶିକ୍ଷା ପାଇଁ ଅଲଗା ବୋର୍ଡ଼ ରହିବ ।

ଆଞ୍ଚଳିକ ଭାଷାରେ ମଧ୍ୟ ଇ-ପାଠ୍ୟକ୍ରମ ଆରମ୍ଭ କରାଯିବ । ପୂର୍ବରୁ କେବଳ ହିନ୍ଦୀ ଓ ଇଂରାଜିରେ ଇ-ପାଠ୍ୟକ୍ରମ ସୀମିତ ଥିଲା । ସ୍କୁଲରେ ପଞ୍ଚମ ଶ୍ରେଣୀ ଯାଏ ଶିକ୍ଷାଦାନର ମାଧ୍ୟମ ମାତୃଭାଷା ହେବ । ଗ୍ରେଡ଼ ଅନୁସାରେ ଅନୁଷ୍ଠାନକୁ ବିଭିନ୍ନ ସ୍ତରର ସ୍ୱୟଂଶାସନ ଦିଆଯିବ । ନୂଆ ନୀତିରେ ଶୈକ୍ଷିକ, ପ୍ରଶାସନିକ ଓ ଆର୍ଥିକ ସ୍ୱୟଂଶାସନ ରହିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.