କଳାହାଣ୍ଡି: ଦୀର୍ଘ ଦିନ ପରେ ଅନ୍ଧାରରୁ ମୁକ୍ତି ପାଇଲେ ଖଲିଆପାଲି ଗ୍ରାମ ବାସୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଉଛନ୍ତି । ହେଲେ କେତେକ ଆସାଧୁ ବିଭାଗୀୟ କର୍ମଚାରୀ ମାନଙ୍କ ଖାମଖିଆଲି ଯୋଗୁ ସଠିକ ଭାବରେ ଯୋଜନା ପହଂଚି ପାରୁନାହି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ଆଦର୍ଶ ଗ୍ରାମ ପଂଚାୟତ ବୋରପଦରର ଖଲିଆପାଲି ଗ୍ରାମ ବାସୀ ଦୀର୍ଘ ଦିନରୁ ବିଦ୍ୟୁତ ସେବାରୁ ବଂଚିତ ଥିଲେ । ଅନେକ ଦିନରୁ ଏହି ସମସ୍ୟା ବିଷୟରେ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳୁନ ଥିଲା । କଳାହାଣ୍ଡି ଜିଲ୍ଲାର ବିଜେଡି ଉପ ସଭାପତି ଶ୍ରୀଯୁକ୍ତ ଚିତରଞ୍ଜନ ମଣ୍ଡଳଙ୍କୁ ଗସ୍ତ ସମୟରେ ସମସ୍ୟା ଜଣାଯାଇଥିଲା । ଯାହା ଫଳରେ ଆଜି ଖଲିଆପାଲି ଗ୍ରାମରେ ସୋଭାଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି ।ବିଦ୍ୟୁତ ସଂଯୋଗ ହେଲା ପରେ ଏବେ ଅଂଚଳବାସୀ ବେଶ ଖୁସି ଅନୁଭବ କରୁଛନ୍ତି ।
BREAKING NEWS
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
Comments are closed.