ଭୁବନେଶ୍ଵର: ୨୦୨୫-୨୬ ବର୍ଷ ପାଇଁ ଘୋଷଣା ହେବ ନୂଆ ବିଦ୍ୟୁତ୍ ଟାରିଫ୍ । ଆଜି ନୂଆ ବିଦ୍ୟୁତ୍ ଟାରିଫ୍ ଘୋଷଣା କରିବ ଓଇଆରସି । ବିଭିନ୍ନ ପକ୍ଷର ଶୁଣାଣି ପରେ ଆଜି ନୂଆ ଟାରିଫ୍ ଘୋଷଣା କରିବ ଓଇଆରସି । ଏନେଇ ସୂଚନା ଦେଇଛନ୍ତି ଓଇଆରସି ଉପ ନିର୍ଦ୍ଦେଶକ ସଞ୍ଜୟ ରାଉତ ।
ଗତ ମାର୍ଚ୍ଚ ୧ରେ ବସିଥିଲା ରାଜ୍ୟ ଉପଦେଷ୍ଟା କମିଟି ବୈଠକ । ଏଥିରେ ଦର ବୃଦ୍ଧି ନେଇ କମ୍ପାନୀମାନେ ଦେଇଥିବା ପ୍ରସ୍ତାବ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଏପ୍ରିଲରୁ ନୂଆ ବିଜୁଳି ଦର ଲାଗୁ ହେବ । ଶେଷ ୨ ବର୍ଷ ହେଲା ବିଜୁଳି ଦର ବୃଦ୍ଧି କରି ନଥିଲେ ପୂର୍ବ ସରକାର । ନବୀନ ପଟ୍ଟନାୟକଙ୍କ ସମୟରେ ୟୁନିଟ ପିଛା ୧୦ ପଇସା କମିଥିଲା ବିଦ୍ୟୁତ ଦର। କିନ୍ତୁ ଗତବର୍ଷ ନିର୍ବାଚନ ଇସ୍ତାହାରରେ ନୂଆ ସରକାର ୩୦୦ ୟୁନିଟ୍ ଛାଡ କରିବା ନେଇ କହିଥିଲେ । ଏବେ ଦେଖିବାକୁ ବାକି ରହିଲା ଇସ୍ତାହାର ଅନୁସାରେ ନିୟମ ଲାଗୁ ରହୁଛି କି ଦର ବୃଦ୍ଧି ଲୋକଙ୍କୁ ବାଧୁଛି ।
Comments are closed.