Latest Odisha News

BREAKING NEWS

ରିଲିଜ ହେଉ ହେଉ ଅନ୍‌ଲାଇନରେ ଲିକ୍‌: ଚିନ୍ତାରେ ପ୍ରଯୋଜନା ସଂସ୍ଥା

ମୁମ୍ବାଇ: ବଲିଉଡ଼ ଫିଲ୍ମ ‘ଭିଡ଼୍‌’ ଗତ ୨୪ ତାରିଖରେ ମୁକ୍ତିଲାଭ କରିଛି । ଅଭିନେତା ରାଜକୁମାର ରାଓ ଏବଂ ଭୂମି ପେଡନେକରଙ୍କ ଅଭିନୀତ ଫିଲ୍ମ ପୂର୍ବ ଘୋଷଣା ଅନୁସାରେ ମୁକ୍ତିଲାଭ ମଧ୍ୟ କରିଛି । କିନ୍ତୁ ଏହାକୁ ନେଇ ଏହାର ପ୍ରଯୋଜକଙ୍କୁ ଝଟକା ଲାଗିଛି । କାରଣ ମୁକ୍ତିଲାଭ କରିବାର କିଛି ଘଣ୍ଟା ଭିତରେ ଅନ୍‌ଲାଇନ୍‌ରେ ଏହାର କପି ଉପଲବ୍ଧ ହୋଇଛି । କେଉଁଠି ଫିଲ୍ମଟି ଚୋରି ହୋଇଛି ତାହା ଜଣାପଡ଼ି ନ ଥିଲେ ମଧ୍ୟ ଅନ୍‌ଲାଇନ୍ ଚୋରିକୁ ନେଇ ହତାଶ ହୋଇଛନ୍ତି ପ୍ରଯୋଜକ ।

BjdElectrycity

ପ୍ରଯୋଜନା ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଫିଲ୍ମର ରିଲିଜ୍ ଡ଼େଟ୍‌କୁ ନେଇ ସିନେପ୍ରେମୀଙ୍କର ଖୁବ୍ ଅପେକ୍ଷା ଥିଲା । ଏପରିକି ଏହାର ରିଲିଜ୍ ହୋଇଥିବା ଟିଜରକୁ ଲକ୍ଷ ଲକ୍ଷ ଲୋକ ଦେଖିଥିଲେ । ପ୍ରଯୋଜନା ସଂସ୍ଥା ମଧ୍ୟ ଆଶା କରୁଥିଲା ଏହା ରିଲିଜ୍ ହେବା ପରେ ବକ୍ସ ଅଫିସରେ ଫିଲ୍ମଟି ହିଟ୍ ହେବ । ଯଦିଓ ରିଲିଜ୍ ହେବା ପରେ ଫିଲ୍ମଟି ଭଲ କଲେକ୍ସନ କରିଛି, କିନ୍ତୁ ଅନ୍‌ଲାଇନ୍ କଣ୍ଟେଟ ଚୋରି ହୋଇଥିବାରୁ ପ୍ରଯୋଜନା ସଂସ୍ଥା ଚିନ୍ତା ପ୍ରକଟ କରିଛି । ଫିଲ୍ମଟି ଟେଲିଗ୍ରାମ, ତାମିଲରୋକର୍ସ ଭଲି ଏକାଧିକ ସାଇଟରେ ଦେଖିବାକୁ ମିଳିଛି ।

ଫିଲ୍ମ ଏକ୍ସପର୍ଟଙ୍କ କହିବା ଅନୁସାରେ, ପ୍ରାୟତଃ ରିଲିଜ୍ ପରେ ପରେ ତୁରନ୍ତ ଯଦି କୌଣସି ଫିଲ୍ମ ଲିକ୍ ହୋଇଯାଏ, ତେବେ ଏହା ବ୍ୟବସାୟିକ ସଫଳତା ଛୁଇଁପାରେ ନାହିଁ । ତେବେ ଏହି ନୂଆ ଫିଲ୍ମର କେତେ ବ୍ୟବସାୟିକ ସଫଳତା ମିଳିବ ତା ଉପରେ ଏବେ ସମସ୍ତଙ୍କ ନଜର ।
ଫିଲ୍ମ ‘ଭିଡ଼୍‌’ରେ କରୋନା ମହାମାରିର ପ୍ରଭାବକୁ ନେଇ କାହାଣୀ ଗତିଶୀଳ ହୋଇଛି । ବିଶେଷକରି ବାରମ୍ବାର ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ଶ୍ରମିକମାନେ କିଭଳି କଷ୍ଟ ଭୋଗିଥିଲେ ତାହା ସିନେମାରେ ପ୍ରତିଫଳିତ ହୋଇଛି । କୋଭିଡ଼କୁ ନେଇ ସିଲିଭର ସ୍କ୍ରିନ୍ ପାଇଁ ଏହା ପ୍ରଥମ ବିଗ୍ ବଜେଟ୍ ଫିଲ୍ମ ବୋଲି କୁହାଯାଉଛି । ଫିଲ୍ମଟିକୁ ଅନୁଭବ ସିହ୍ନା ନିର୍ଦ୍ଦେଶନା ଦେଇଛନ୍ତି ।

Leave A Reply

Your email address will not be published.