Latest Odisha News

ବିବାହ ଉତ୍ସବରେ ଖାଦ୍ୟ ବଦଳରେ ଦିଆଗଲା ଖାଲି ପାଣି: କାରଣ ଜାଣିଲେ ହେବେ ତାଜୁବ୍‌

ନ୍ୟୁୟର୍କ: ବିବାହ ହେଉଛି ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଏବଂ ସ୍ମରଣୀୟ ମୁହୂର୍ତ୍ତ । ଆଜିକାଲି ଲୋକମାନେ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ଭିନ୍ନ ଭି୍‌୍‌ନ୍ନ ଉପାୟ ଆପଣାଇଥାନ୍ତି । ବିବାହରେ ସାଜ୍ଜସଜ୍ଜା ଓ ଖାଦ୍ୟର ମେନୁ ଉପରେ ଗୁୁରୁତ୍ୱ ଦିଆଯାଇଥାଏ । ବିବାହ ଉତ୍ସବକୁ ଆସୁଥିବା ଅତିଥି କିଭଳି ଭଲରେ ଖାଦ୍ୟ ଖାଇ ବରକନ୍ୟାଙ୍କୁ ଆର୍ଶିବାଦ ଦେଇ ଫେରିବେ ସେଥିପ୍ରତି ସମସ୍ତେ ଯତ୍ନବାନ ଥାଆନ୍ତି । ହେଲେ ଏମିତି ଏକ ବିବାହ ଉତ୍ସବରେ ଖାଦ୍ୟର ମେନୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଭିନ୍ନ ଭିନ୍ନ ଖାଦ୍ୟ ବଦଳରେ ପରସା ଯାଇଥିଲା କେବଳ ପାଣି । ଆଉ ଏହାର କାରଣ ଜାଣିଲେ ଆପଣ ହୋଇଯିବେ ତାଜୁବ୍ ।

ସୋସିଆଲ ମିଡିଆରେ ଜଣେ ଉପଭୋକ୍ତା ଏପରି ବିବାହ ଅନୁଭୂତି ସେୟାର କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ଯୁବତୀ ତାଙ୍କ ବିବାହକୁ ଧୁମ୍‌ଧାମ୍‌ରେ ଆୟୋଜନ କରିଥିଲେ । ବହୁ ଅତିଥିଙ୍କୁ ନିମନ୍ତ୍ରଣ ବି କରିଥିଲେ । ହେଲେ ବିବାହକୁ ଆସିଥିବା ଅତିଥିମାନେ ଖାଲି ପେଟରେ ଫେରିଥିଲେ । ଏପରି ଦେଖି ଅନେକ ଅତିଥି ବିରକ୍ତ ମଧ୍ୟ ହୋଇଥିଲେ । ଅତିଥିମାନେ ବର-କନ୍ୟାଙ୍କୁ ଆର୍ଶିବାଦ ଦେବା ପରିବର୍ତ୍ତେ ଖାଦ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଲା । କିନ୍ତୁ ଏହାର କାରଣ ଥିଲା ଅଜବତ । ଯୁବତୀଙ୍କ ଯୁକ୍ତି ଥିଲା, ସେ ନିଜେ କୌଣସି ଖାଦ୍ୟ ଖାଆନ୍ତି ନାହିଁ କେବଳ ପାଣି,କ୍ଷୀର ଓ ଜୁସ୍ ପିଇ ରହିଥାନ୍ତିି । ଏପରି ପରିସ୍ଥିତିରେ ସେ ଅତିଥିମାନଙ୍କ ପାଇଁ ସମାନ ବ୍ୟବହାର କରିବେ ଯେପରି ସେ ନିଜ ପାଇଁ କରନ୍ତି । ସେଥିପାଇଁ ଅତିଥିମାନଙ୍କୁ ବି ସେ ଖାଇବାକୁ ଦେବେ ନାହିଁ ।
ଏହି ଭିଡ଼ିଓ ଦେଖି ଅନେକ ଏପରି କରିବାକୁ ନାପସନ୍ଦ କରିବା ସହ ଏହା ଯୁବତୀଙ୍କ ଦୁର୍ବଳ ମାନସିକତା ବୋଲି କହିଛନ୍ତି । ଆଉ କିଛି ଏପରି ବିବାହ ଉତ୍ସବକୁ ଗଲେ ଖାଲି ବାକ୍ସର ଉପହାର ନେଇକି ଯିବା ଉଚିତ୍ ବୋଲି ମତ ରଖିଛନ୍ତି ।

Leave A Reply

Your email address will not be published.