Latest Odisha News

BREAKING NEWS

ସରକାରୀ କର୍ମଚାରୀଙ୍କ ପାଇଁ ନୂଆବର୍ଷ ଗାଇଡଲାଇନ

ଭୁବନେଶ୍ୱର: କରୋନାକୁ ଦୃ‌ଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ପାଇଁ ଜାନୁଆରୀ ମାସର ଗାଇଡଲାଇନ ଜାରି କରାଯାଇଛି । ଗାଇଡଲାଇନ୍ ଅନୁଯାୟୀ କଟକ ଓ ଭୁବନେଶ୍ୱରରେ ୭୫ ପ୍ରତିଶତ କର୍ମଚାରୀରେ ଅଫିସ ଚାଲିବ । ଜରୁରୀ କାର୍ଯ୍ୟରେ ନିୟୋଜିତ ଅଫିସର ସମସ୍ତ କର୍ମଚାରୀ ଆସିବେ । ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ବନ୍ଦ ରହିବ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।

ଏଥିସହ ସରକାରୀ କର୍ମଚାରୀଙ୍କ ପାଇଁ ନୂଆବର୍ଷ ପାଳନ ନେଇ କଟକଣା ଜାରି ହୋଇଛି । ନୂଆବର୍ଷରେ ଅଫିସରେ ଏକାଠି ହୋଇପାରିବେନି ଅଧିକାରୀ । କେବଳ ଭର୍ଚୁଆଲ ମାଧ୍ୟମରେ ନବ ବର୍ଷର ଶୁଭେଚ୍ଛା ଜଣାଇବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

Leave A Reply

Your email address will not be published.