Latest Odisha News

BREAKING NEWS

ଆସନ୍ତୁ ଜାଣିବା ବୋଲିଂ ଆଭରେଜରେ ବୁମ୍ ବୁମ୍ ବୁମରା କେଉଁ କେଉଁ ମହାନ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ

ସିଡନୀ: ଟିମ୍ ଇଣ୍ଡିଆର ଷ୍ଟାର ପେସର ଯଶପ୍ରୀତ ବୁମରା ବୋଲିଂ ଆଭରେଜରେ କ୍ରିକେଟ ଇତିହାସର ମହାନ ବୋଲରଙ୍କୁ ମାତ୍ ଦେଇଛନ୍ତି । ଟେଷ୍ଟ କ୍ରିକେଟର ୫୦ ବର୍ଷରେ ୭୫ରୁ ଅଧିକ ଉଇକେଟ ନେଇଥିବା ଖେଳାଳିଙ୍କ ମଧ୍ୟରେ ବୁମରାଙ୍କ ରେକର୍ଡ ଶ୍ରେଷ୍ଠ ରହିଛି । ଏପରିକି ମ୍ୟାଲକମ ମାର୍ଶାଲ, କର୍ଟଲୀ ଆମ୍ବ୍ରୋସ, ଜୋଏଲ ଗାର୍ଣ୍ଣର ଓ ଗ୍ଳେନ ମ୍ୟାକଗ୍ରା ମଧ୍ୟ ଆଭରେଜରେ ବୁମରା ପଛରେ ରହିଛନ୍ତି । ସେ ୧୬ ଟେଷ୍ଟରେ ୨୦.୬୮ ଆଭରେଜରେ ୭୬ ଉଇକେଟ ଅକ୍ତିଆର କରି ଶୀର୍ଷରେ ଅଛନ୍ତି । ମ୍ୟାଲକମ ମାର୍ଶାଲ ୮୧ ମ୍ୟାଚରେ ୨୦.୯୪ ଆଭରେଜରେ ୩୭୬ ଉଇକେଟ ଏବଂ ଜୋଏଲ ଗାର୍ଣ୍ଣର ୫୮ ମ୍ୟାଚରେ ୨୦.୯୭ ଆଭରେଜରେ ୨୫୯ ଉଇକେଟ ଅକ୍ତିଆର କରି ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ କର୍ଟଲୀ ଆମ୍ବ୍ରୋସ ୯୮ ମ୍ୟାଚରେ ୨୦.୯୯ ଆଭରେଜରେ ୪୦୫ ଉଇକେଟ, ପ୍ୟାଟ କୁମିନ୍ସ ୩୨ ମ୍ୟାଚରେ ୨୧.୫୧ ଆଭରେଜରେ ୧୫୩ ଓ ଗ୍ଲେନ ମ୍ୟାକଗ୍ରା ୧୨୪ ମ୍ୟାଚରେ ୨୧.୬୪ ଆଭରେଜରେ ୫୩୬ ଉଇକେଟ ନେଇ ୩ୟରୁ ୫ମ ସ୍ଥାନ ମଧ୍ୟରେ ରହିଛନ୍ତି ।

Leave A Reply

Your email address will not be published.