Latest Odisha News

BREAKING NEWS

ଶୃଙ୍ଖଳିତ ହେବେ ସରକାରୀ ସ୍କୁଲ ପିଲା: ଛାତ୍ରୀ ବାନ୍ଧିବେ ରିବନ ଫିତା, ଛାତ୍ର କାଟିବେ ସାଇଡ କଟ

ଭୁବନେଶ୍ୱର:ଏଣିକି ସରକାରୀ ସ୍କଲକୁ ପିଲା ଆଉ ବିଶୃଙ୍ଖଳିତ ହୋଇ ସ୍କଲକୁ ଆସିବେ ନାହିଁ । ଝିଅପିଲାମାନେ ଚୁଟି ଖୋଲା କରିବେନି । ମୁଣ୍ଡରେ ରିବନ ଫିତା ବାନ୍ଧିବେ ନଚେତ ହେୟାର କ୍ଲିପ ଲଗାଇବେ । ଛାତ୍ରମାନେ ସାଇଡ କଟ ଚୁଟି ରଖିବେ । ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ପକ୍ଷରୁ ନିଆଯାଇଛି ଏପରି ପଦକ୍ଷେପ ।

ନୂଆ ନିୟମ ଅନୁଯାୟୀ, ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ଗୋଲାପି ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟ(ହାଇସ୍କୁଲ)ର ପିଲାମାନେ ଧଳା ରଙ୍ଗର ରିବନ ବାନ୍ଧିବେ । ନଚେତ ସମାନ ରଙ୍ଗର ହେୟାର କ୍ଲିପ ମଧ୍ୟ ବ୍ୟବହାର କରିପାରିବେ । ପଟିଆ ସରକାରୀ ବିଦ୍ୟଳୟ, ଗଡମଳିପଡା ପରି ଏକାଧିକ ସ୍କୁଲରେ ଏହି ନିୟମ କାର୍ଯ୍ୟକାରୀ ହୋଇଗଲାଣି । ତେବେ ଯେଉଁଠି ଏହି ନିୟମ କାର୍ଯ୍ୟକାରୀ ହୋଇନାହିଁ ୨୦୨୩-୨୪ ଶିକ୍ଷାବର୍ଷରେ କଡାକଡି ଭାବେ ପାଳିତ ହେବ ।  ପୂର୍ବରୁ ସରକାରୀ ସ୍କୁଲରେ ଡ୍ରେସକୋଡ ବାଧ୍ୟତାମୂଳକ କରାଯାଇଥିଲା । ଏବେ ପିଲାମାନଙ୍କୁ ଅଧିକ ଶୃଙ୍ଖଳିତ ତଥା ସଂଯମ କରିବା ପାଇଁ ଏପରି ପଦକ୍ଷେପ ନିଅଯାଇଛି ।

ବିଭାଗୀୟ ସୂତ୍ର ଅନୁଯାୟୀ, ପିଲାଙ୍କୁ ଆତ୍ମଶୃଙ୍ଖଳିତ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ବିଏମସି ଅଞ୍ଚଳରେ ୧୫୨ ଏବଂ ଭୁବନେଶ୍ୱର ବ୍ଲକ ଅଞ୍ଚଳରେ ୧୦୨ଟି ବିଦ୍ୟାଳୟରେ ଏହାକୁ କାର୍ଯ୍ୟକାରୀ କରାଯିବ  । ପ୍ରାଥମିକ ପର୍ଯ୍ୟାୟରେ କିଛି ସ୍କୁଲରେ ଏହା କାର୍ଯ୍ୟକାରୀ କରାଗଲାଣି । ପିଲାଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ବିଏମସି ପକ୍ଷରୁ ଏପରି ନିୟମ ଲାଗୁ କରାଯାଇଛି

Leave A Reply

Your email address will not be published.