Latest Odisha News

BREAKING NEWS

ବିବାହ, ଶୁଦ୍ଧିକ୍ରିୟା ଓ ଅନ୍ୟାନ୍ୟ ଉତ୍ସବ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍, ଜାଣନ୍ତୁ କେଉଁଥିରେ କେତେ ଲୋକ ଦେଇପାରିବେ ଯୋଗ…

ଭୁବନେଶ୍ବର: ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ନୂଆ ଗାଇଡଲାଇନ୍ ଆସିଛି । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ନୂଆ ଗାଇଡଲାଇନ୍ ଧାର୍ଯ୍ୟ କରିଛି କମିସନରେଟ୍ ପୋଲିସ । ବିନା ଅନୁମତିରେ ହେବନି ବିବାହ ଓ ସାମାଜିକ ଉତ୍ସବ । ଏଥିପାଇଁ ସ୍ଥାନୀୟ ପୋଲିସ ଷ୍ଟେସନରୁ ଅନୁମତି ଆଣିବାକୁ ପଡିବ ବୋଲି ଗାଇଡଲାଇନରେ ଦର୍ଶାଯାଇଛି । ବିବାହ ପାଇଁ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ । ୬୫ ବର୍ଷରୁ ଅଧିକ, ୧୦ ବର୍ଷରୁ କମ ଓ ପ୍ରସୂତିଙ୍କୁ ବିବାହ ଉତ୍ସବରେ ଯୋଗ ଦେବାକୁ ବାରଣ କରାଯାଇଛି । ଶୁଦ୍ଧିକ୍ରିୟାରେ ୨୦ଜଣଙ୍କୁ ଅନୁମତି ମିଳିବ ।
Leave A Reply

Your email address will not be published.