Latest Odisha News

BREAKING NEWS

ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୬-୨୭ ଆଜି ଠାରୁ ଆରମ୍ଭ ହୋଇଯାଇଛି। ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ। ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ। ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ କ୍ଷେତ୍ରରେ ବିଭିନ୍ନ ପରିବର୍ତ୍ତନ ଦେଖିବାକୁ ମିଳିବ। ଏଥିରେ ଆର୍ଥକ ବର୍ଷ ଏବଂ ଆସେସ୍ମେଣ୍ଟ ବର୍ଷ ପରିବର୍ତ୍ତେ ଟିକସ ବର୍ଷ ଭଳି ନୂଆ ସଂସ୍କାର କାର୍ଯ୍ୟକାରୀ ହେଉଛି। ଆୟକର ଫାଇଲିଂକୁ ସରଳୀକରଣ କରିବା ଏବଂ ଟିକସଦାତାଙ୍କ ବୁଝିବା ଭଳି ଶବ୍ଦ ଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି। ଏହାବାଦ ଆୟକର ରିଟର୍ଣ୍ଣ ଫାଇଲ କରିବା ସମୟ ସୀମାରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

ବେତନଭୋଗୀ କର୍ମଚାରୀଙ୍କ ଲାଗି ଏହି ଅବଧି ଜୁଲାଇ ୩୧ ଅପରିବର୍ତ୍ତିତ ରହିଛି । ଅଡିଟ୍ ଆବଶ୍ୟକତା ନ ଥିବା କ୍ଷେତ୍ରରେ ସ୍ୱରୋଜଗାର ଟିକସଦାତା ପ୍ରଫେଶନାଲଙ୍କ ପାଇଁ ଏହା ଅଗଷ୍ଟ ୩୧ ରହିଛି । ଫ୍ୟୁଚର ଏବଂ ଅପ୍ସନ କ୍ଷେତ୍ରରେ ପ୍ରତିଭୂତି ବିନିମୟ ଟିକସ (ଏସ୍ଏସ୍ଟି) ବୃଦ୍ଧି ହୋଇଥିବାରୁ ଡେରିଭେଟିଭ ଟ୍ରେଡିଂ ମହଙ୍ଗା ହେବ । ସେହିଭଳି ଘରଭଡା ଭତ୍ତା (ଏଚ୍ଆର୍ଏ) ନିୟମକୁ କଡାକଡି କରାଯାଇଛି । ଏଥିଲାଗି ଘର ମାଲିକଙ୍କ ସମ୍ପର୍କରେ ତଥ୍ୟ, ପାନ୍ ତଥ୍ୟ ପ୍ରଦାନ କରିବାକୁ ହେବ । ଉଚ୍ଚ ଏଚ୍ଆର୍ଏ ଛାଡ କ୍ଷେତ୍ରରେ ସହର ଗୁଡ଼ିକର ଯୋଗ୍ୟତା ନିୟମକୁ ମଧ୍ୟ ବ୍ୟାପକ କରାଯାଇଛି ।

ଏପ୍ରିଲ ୧ ତାରିଖରୁ ଷ୍ଟକ୍ ବଜାର ଏବଂ ବ୍ୟାଙ୍କିଂ ସହ ଜଡିତ ଅନେକ ନୂତନ ନିୟମାବଳୀର ମଧ୍ୟ ଆରମ୍ଭ ହେଉଛି। ଏହି ପରିବର୍ତ୍ତନଗୁଡ଼ିକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ସିଧାସଳଖ ଆପଣଙ୍କୁ ପ୍ରଭାବିତ କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁଯାୟୀ ଭାରତରେ ସମସ୍ତ ଡିଜିଟାଲ୍ ପେମେଣ୍ଟ କାରବାର ପାଇଁ ଦୁଇ-କାରକ ପ୍ରମାଣୀକରଣ ଆବଶ୍ୟକ ହେବ। ଏପର୍ଯ୍ୟନ୍ତ ଏହି ଉଦ୍ଦେଶ୍ୟରେ ଏସ୍‌ଏମ୍‌ଏସ୍‌ ଆଧାରିତ ଓଟିପି ବ୍ୟବହାର କରାଯାଇଛି। ଏହି ନିୟମଗୁଡ଼ିକ ଆଜିଠାରୁ କାର୍ଯ୍ୟକାରୀ ହେବ। ଏପ୍ରିଲ ୧ରୁ RuPay ପ୍ଲାଟିନମ୍ ଡେବିଟ୍ କାର୍ଡ ଧାରକମାନେ ଆଉ ମାଗଣାରେ ବିମାନବନ୍ଦର ଏବଂ ରେଳ ଷ୍ଟେସନ ଲାଉଞ୍ଜକୁ ପ୍ରବେଶ କରିପାରିବେ ନାହିଁ। HDFC ବ୍ୟାଙ୍କ, PNB ଏବଂ ବନ୍ଧନ ବ୍ୟାଙ୍କ ସମେତ ଅନେକ ବ୍ୟାଙ୍କ ସେମାନଙ୍କର ATM ନଗଦ ଉଠାଣ ନୀତି, ଫି ଏବଂ ସୀମା ସଂଶୋଧନ କରିଛନ୍ତି।

Leave A Reply

Your email address will not be published.