Latest Odisha News

୨୦୨୬ ବିଶ୍ୱକପ ଫୁଟବଲ ଫାଇନାଲ ମ୍ୟାଚ ନ୍ୟୁଜର୍ସିରେ ହେବ

ନୂଆଦିଲ୍ଲୀ: ୨୦୨୬ ବିଶ୍ୱକପ ଫୁଟବଲର ଫାଇନାଲ ମ୍ୟାଚ ନ୍ୟୁଜର୍ସିର ମେଟଲାଇଫ ଷ୍ଟାଡିୟମରେ ଖେଳାଯିବ ବୋଲି ଫିଫା ଓ ଆୟୋଜକ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଏହି ଷ୍ଟାଡିୟମରେ ୮୨,୫୦୦ ଦର୍ଶକ ଏକତ୍ର ମ୍ୟାଚକୁ ଉପଭୋଗ କରିପାରିବେ । ଏହି ବିଶ୍ୱକପରେ ୪୮ଟି ଟିମ ଖେଳିବେ । ଆମେରିକା, କାନାଡା ଓ ମେକ୍ସିକୋ ଏହାକୁ ମିଳିତ ଭାବେ ଆୟୋଜନ କରୁଛନ୍ତି । ୧୬ ଅତ୍ୟାଧୂନିକ ଷ୍ଟାଡିୟମରେ ୧୦୪ ମ୍ୟାଚ ଖେଳାଯିବ । ଆଟଲାଂଟା ଓ ଡଲାସରେ ସେମିଫାଇନାଲ ଏବଂ ତୃତୀୟ ସ୍ଥାନ ପାଇଁ ମିୟାମିରେ ମ୍ୟାଚ ଖେଳାଯିବ । ଲସ ଆଞ୍ଜେଲ୍ସ, କ୍ୟାନସସ ସିଟି, ମିୟାମି ଓ ବୋଷ୍ଟନରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ ।

ଜୁଲାଇ ୧୬ରୁ ରାଉଣ୍ଡ ଅଫ ସିକ୍ସଟିନ ମ୍ୟାଚ ଖେଳାଯିବ । ୧୨ଟି ଲେଖାଁଏ ଟିମକୁ ୪ଟି ଗ୍ରୁପରେ ଭାଗ କରାଯାଇଛି । ପ୍ରତ୍ୟେକ ଗ୍ରୁପରୁ ୨ଟି ଟିମ ଏବଂ ତୃତୀୟ ସ୍ଥାନରେ ଥିବା ଶ୍ରେଷ୍ଠ ୮ଟି ଟିମ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବେ । ବିଶ୍ୱକପର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ କ୍ୱାଲିଫିକେଶନ ପ୍ରକ୍ରିୟା ସମାପ୍ତ ହେବା ପରେ ଘୋଷଣା କରାଯିବ ।

Comments are closed.