ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କୋଭିଡ୧୯ ପଜିଟିଭ ରୋଗୀଙ୍କୁ ନୂଆ ‘ହୋମ ଆଇସୋଲେସନ କିଟ୍’ ବଣ୍ଟନ କରିବା ଆରମ୍ଭ କରାଯାଇଛି।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ ଏହି କିଟରେ ହୋମ୍ ଆଇସୋଲେସନ୍ ସମ୍ବନ୍ଧୀୟ ଏକ ବୁକଲେଟ୍ ରହିଛି। ଯେଉଁଥିରେ ମେଡିକାଲ ହିଷ୍ଟ୍ରି ଏବଂ ସୂଚନା ରହିଛି।
ଏଥିସହିତ ଏକ ମେଡିସିନ କିଟ୍, ପ୍ରେସକ୍ରିପସନ୍ ସହିତ ଦୁଇଟି ପାଞ୍ଚ ସ୍ତରୀୟ ମାସ୍କ ଏବଂ ୧୦୦ ମିଲି ସାନିଟାଇଜର ରହିଛି।