Latest Odisha News

ଏପ୍ରିଲ୍ ୧ରୁ ନୂଆ ଲେବର କୋଡ୍ ଲାଗୁ ହେବା ସମ୍ଭାବନା, କମିପାରେ ଟେକ୍ ହୋମ୍ ସାଲେରୀ

ନୂଆଦିଲ୍ଲୀ: ସଂସଦରେ ପାରିତ ୪ଗୋଟି ଶ୍ରମ୍ ଆଇନ୍ ଏପ୍ରିଲ ୧ ତାରିଖରୁ ଦେଶରେ ଲାଗୁ ହୋଇପାରେ । ଏଥିପାଇଁ ୪ଗୋଟି ଶ୍ରମ୍ ଆଇନ୍ ସହ ଜଡ଼ିତ ନିୟମକୁ ଅନ୍ତିମ ରୂପ ଦିଆଯାଉଛି । ଶ୍ରମ ମନ୍ତ୍ରଣାଳୟ ଅନୁସାରେ, ଆଗାମୀ କିଛିଦିନ ମଧ୍ୟରେ ସୂଚିତ କରାଯିବ । ଏହି ଆଇନରେ କର୍ମଚାରୀମାନଙ୍କୁ ମିଳୁଥିବା ଦରମା ସହ ଜଡ଼ିତ ।

ବେତନ କୋଡ୍ ନିୟମ ପାଇଁ ଗତବର୍ଷ ଜାରି ଡ୍ରାଫ୍ଟରେ ଦରମାକୁ ନେଇ ଏକ ବଡ଼ ପ୍ରସ୍ତାବ ଦିଆଯାଇଛି । ଡ୍ରାଫ୍ଟରେ କର୍ମଚାରୀଙ୍କୁ ମିଳୁଥିବା ବେତନ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି ।

ପ୍ରସ୍ତାବ ଅନୁସାରେ, କର୍ମଚାରୀଙ୍କ ବେସିକ୍ ଦରମା ସେମାନଙ୍କ ମୋଟ ଦରମାର ସର୍ବନିମ୍ନ ୫୦ ପ୍ରତିଶତ ରହିବ । ଏହାର ଅର୍ଥ ମୋଟ ଦରମାରେ ଭତ୍ତାର ଅଂଶ ୫୦ ପ୍ରତିଶତରୁ ଅଧିକ ହେବନାହିଁ । ସେମିତି ହେଲେ ୫୦ ପ୍ରତିଶତରୁ ଅଧିକ ଭାଗ ବେସିକ୍ ଦରମ ସହ ଜଡ଼ିତ ରହିବ ।

ଏହାର ପ୍ରଭାବରେ କର୍ମଚାରୀଙ୍କ ଟେକ୍ ହୋମ୍ ସାଲେରୀ ଉପରେ ପଡ଼ିବ । ଟେକ୍ ହୋମ୍ ସାଲେରୀ କମିପାରେ । କାରଣ ବେସିକ ଦରମା ବଢ଼ିବା ପରେ ସେହି ଅନୁପାତରେ ଇପିଏଫ୍ ଓ ଗ୍ରାଚ୍ୟୁଇଟି ପାଇଁ ଟଙ୍କା କଟିବ । ଆରଏସଏସ ସହ ଜଡ଼ିତ ଶ୍ରମିକ ସଂଗଠନ ଏହି କଥାରେ ସହମତ ଅଛି । ସଂଗଠନର କହିବା କଥା କର୍ମଚାରୀଙ୍କ ଇପିଏଫ୍ ଓ ଗ୍ରାଚ୍ୟୁଇଟି ଭଳି ସାମାଜିକ ସୁରକ୍ଷା ରାଶିରେ ଆଶାତୀତ ବୃଦ୍ଧି ଘଟିବ । ସଂଗଠନ ସରକାରଙ୍କ ଏହି ପ୍ରସ୍ତାବରେ ସମହତ ଅଛି ।

ଏହି ପରିବର୍ତ୍ତନର ପ୍ରଭାବ କର୍ମଚାରୀଙ୍କ ଆକାଉଣ୍ଟକୁ ଆସୁଥିବା ଦରମା ଉପରେ ପଡ଼ିପାରେ । ଡ୍ରାଫ୍ଟ ଜାରି ହେବା ପରେ ଶ୍ରମ ମନ୍ତ୍ରଣାଳୟ ଅଲଗା ଅଲଗା ସଂଗଠନ ସହ ଆଲୋଚନା କରୁଛି । ବିଚାରବିମର୍ଷ ପରେ ମନ୍ତ୍ରଣାଳୟ ଚୂଡ଼ାନ୍ତ ଡ୍ରାଫ୍ଟ ପ୍ରସ୍ତୁତ କରୁଛି । ଯାହା ଆସାନ୍ତା କିଛି ଦିନ ମଧ୍ୟରେ ଜାରି ହେବ ।

Leave A Reply

Your email address will not be published.