Latest Odisha News

BREAKING NEWS

କୋହଳ ହେଲା କଟକଣା, ୨୦ ଜିଲ୍ଲାରେ ହଟିଲା ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ବର : ଆସିଲା ଜୁଲାଇ ମାସର ଗାଇଡଲାଇନ୍ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି ନୂଆ ଗାଇଡଲାଇନ୍ । ତେବେ ନୂଆ ଘୋଷଣା ଅନୁସାରେ, ସାରା ରାଜ୍ୟରେ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଆଂଶିକ ଲକଡାଉନ୍ । ଏଥର ବି କାଟେଗୋରୀ ଏ ଓ କାଟେଗୋରି ବିରେ ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ବର୍ତ୍ତମାନ ସାମାନ୍ୟ ସଂକ୍ରମଣ ହ୍ରାସ ପାଇଥିବାରୁ କାଟେଗୋରୀ ଏରେ ଆଉ ୩ଟି ଜିଲ୍ଲାକୁ ସାମିଲ କରାଯାଇଛି । ଏହି ୩ଟି ଜିଲ୍ଲା ହେଲେ ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ।

ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ଅନୁସାରେ, ଧିରେ ଧିରେ କରୋନା ପରିସ୍ଥିତିକୁ ଦେଖି ରାଜ୍ୟରେ ଅନ୍‌ଲକ୍‌ କରାଯିବ । କାଟାଗୋରୀ ଏ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲ ରହିବ । ଏହି ସବୁ ଜିଲ୍ଲାରେ ବସ୍‌ ଚଳାଚଳ ଚଳାଚଳ କରିବ । ସେହିପରି ଛୋଟ ଛୋଟ ସେଲୁନକୁ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ, ସପିଂ ମଲ୍, ସ୍ପା ଓ ବିୟୁଟି ଖୋଲିବାକୁ ବାରଣ କରାଯାଇଛି । ଏହାସହ ଆଉଟ ଡ଼ୋର ଇନ୍‌ ଡୋର ଫିଲ୍ମ ସୁଟିଂ ହୋଇପାରିବ । ତେବେ କାଟେଗାରୀ ଏରେ ଥିବା ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ ନାହିଁ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ସେହିପରି କାଟେଗୋରୀ ବିରେ ରହିଛି ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ଏବଂ ମୟୂରଭଞ୍ଜ । ଏହି ସବୁ ଜିଲ୍ଲାରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିବ । କେବଳ ମଲ, ସ୍ପା ଓ ପାର୍ଲକୁ ଛାଡ଼ି ଅନ୍ୟ ଦୋକାନ ଖୋଲା ରହିବ । ଦିନ ୨ଟା ପରେ କେବଳ ମେଡିସିନ୍ ଦୋକାନ ଖୋଲା ରହିବ । ଉପକୂଳର ୧୦ଟି ଜିଲ୍ଲାରେ କେବଳ ଆଉଟ ଡୋର ଫିଲ୍ମ ସୁଟିଂ କରିବାକୁ ଅନୁମତି ଦିଆଯାଇଥିବା ବେଳେ, ଇନଡୋର ସୁଟିଂକୁ ବନ୍ଦ କରାଯାଇଛି । ସେହିପରି ସାପ୍ତାହିକ ହାଟ ବନ୍ଦ ରହିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ପୂର୍ବ ପରି ସାମାଜିକ, ଧାର୍ମିକ ସମାବେଶକୁ ବାରଣ କରାଯାଇଛି । ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ହେଲେ ଯଥା ନୀତିନୀତି ଅନୁସାରେ ପୂଜା ଚାଲିବ । ବିବାହ ଓ ଶୁଦ୍ଧିକ୍ରିୟାରେ ପୂର୍ବ ଭଳି କଟକଣା ଜାରି ରହିବ । ତେବେ ବିନା କାରଣରେ ବାହାରେ ନବୁଲିବାକୁ ବାଣଣ କରାଯାଇଛି । ଏହାସହ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଯଦି କୌଣସି ବ୍ୟକ୍ତି କୋଭିଡ ନିୟମର ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.