Latest Odisha News

BREAKING NEWS

ରେଳ ଷ୍ଟେସନରୁ ଲୁଟେରା ଗିରଫ

ଭଦ୍ରକ:  ଭଦ୍ରକ ରେଳ ଷ୍ଟେସନରୁ ଗିରଫ ହେଲା ଜଣେ ଆନ୍ତଃରାଜ୍ୟ ମୋବାଇଲ୍ ଲୁଟେରା | ଗିରଫ ଅଭିଯୁକ୍ତ ଠାରୁ ୯ଟି ନାମିଦାମୀ ମୋବାଇଲ୍ ଫୋନ ଜବତ କରିଛି ରେଳବାଇ ସୁରକ୍ଷା ପୁଲିସ | ଭଦ୍ରକ ରେଳ ଷ୍ଟେସନରେ ଜଣେ ଯୁବକ ସନ୍ଦେହ ଜନକ ଅବସ୍ଥାରେ ଷ୍ଟେସନରେ ବୁଲୁଥିବା ବେଳେ ଆରପିଏଫ୍ ପୁଲିସର ସଦ୍ଦେହ ହୋଇଥିଲା | ପରେ ଯୁବକ ଜଣକୁ ପଚରା ଉଚୁରା କରି ତାକୁ ଯାଞ୍ଚ କରିବାରୁ ତା ନିକଟରୁ ୯ଟି ଦାମୀ ମୋବାଇଲ ଫୋନ ଜବତ ହୋଇଥିଲା |

ଅଭିଯୁକ୍ତ ଜଣକ ବହୁ ଦିନ ଧରି ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ଠାରୁ ମୋବାଇଲ୍ ଫୋନ ଚୋରି କରିଆସୁଥିବା ସୂଚନା ମିଳିଛି । ବିଶେଷ କରି କୋଲକାତା ଠାରୁ ଭଦ୍ରକ ଭିତରେ ଯାତ୍ରୀମାନଙ୍କ ଠାରୁ ଲୁଟୁଥିଲା ଏହି ଲୁଟେରା | ଲୁଟେରା ଜଣକ ନାବାଳକ ହୋଇଥିବା ବେଳେ ଘର ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲ୍ଲାର ବୋଲି ଜଣାପଡ଼ିଛି | ତେବେ ଅଭିଯୁକ୍ତ ଜଣଙ୍କୁ କୋର୍ଟ ଚାଲାଣ କରିବା ସହିତ ଏହା ସହିତ ଆଉ କେଉଁ ମାନେ ଲୁଟରେ ସମ୍ପୁକ୍ତ ଅଛନ୍ତି ଆରପିଏଫ୍ ପୋଲିସ ପକ୍ଷରୁ ଏ ନେଇ ଅଧିକ ତଦନ୍ତ କରାଯାଉଥିବା କହିଛନ୍ତି ଇନ୍ସପେକ୍ଟର ବିକାଶ ରଞ୍ଜନ ସିଂହ |

Leave A Reply

Your email address will not be published.