ଚିଲିକା: ନୂଆ ରେକର୍ଡ କରିଛି ଚିଲିକା । ଏବର୍ଷ ଚିଲିକାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ପକ୍ଷୀ । ଗତବର୍ଷ ଅପେକ୍ଷା ସଂଖ୍ୟା ବଢ଼ିଛି । ଗଣନା ପରେ ଏହି ତଥ୍ୟ ସାମନାକୁ ଆସିଛି । ଏବର୍ଷ ଚିଲିକାକୁ ଆସିଛନ୍ତି ୧୯୦ ପ୍ରଜାତିର ୧୧ଲକ୍ଷ ୪୨ହଜାର ପକ୍ଷୀ ।
ଗତବର୍ଷ ଅପେକ୍ଷା ୧ ଲକ୍ଷ ୩୨ ହଜାରରୁ ଅଧିକ ବିଦେଶାଗତ ପକ୍ଷୀ ଚିହ୍ନଟ ହୋଇଛନ୍ତି । ଗତବର୍ଷ ଚିହ୍ନଟ ହୋଇଥିଲେ ୧୧ଲକ୍ଷ ୪ ହଜାର ପକ୍ଷୀ । ଏବର୍ଷ ୭୯ ପ୍ରଜାତିର ୩୮ହଜାର ୪୭୫ ସ୍ଥାନୀୟ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ଟାଙ୍ଗୀ ରେଂଜରେ ସର୍ବାଧିକ ଓ ରମ୍ଭା ରେଂଜରେ ସବୁଠୁ କମ ପକ୍ଷୀ ଠାବ ହୋଇଛନ୍ତି ।
The final count stands at 11,42,000 plus of 190 species, up from 11.04 lakhs of last yr.
Wetland ecosystems are highly resilient & bounce bank to normalcy in shortest possible time. Removal of 160 sq km of encroachment in 2018-19, has resulted in record arrival of annual guest. pic.twitter.com/9UcF2dHyFu
— Susanta Nanda IFS (@susantananda3) January 5, 2021
ଚିଲିକାରେ ୨୧ଟି ଗ୍ରୁପ ପକ୍ଷୀ ଗଣନା କାର୍ୟ୍ୟ କରିଥିଲେ । ପ୍ରତି ଗ୍ରୁପରେ ଜଣେ ପକ୍ଷୀ ବିଶେଷଜ୍ଞ ସହିତ ୩ରୁ ୫ ଜଣ ସ୍ଥାନୀୟ ଗାଇଡଙ୍କୁ ସାମିଲ କରାଯାଇଥିଲା । ଦୁଇଟି ଦଳ ସଡକ ପଥରେ ଓ ୧୯ଟି ଦଳ ଡଙ୍ଗାରେ ଯାଇ ପକ୍ଷୀ ଗଣନା କରିଛନ୍ତି ।
Comments are closed.