ଭୁବନେଶ୍ୱର: ସରିଲା ଡେଡ୍ଲାଇନ୍ । ପୁରିଲା ୬ ମାସର କଂଟ । ଗାଡି ଚାଳକଙ୍କ ହାତରେ ଆଉ ମାତ୍ର ୨୪ ଘଂଟା । ନୂଆ ମୋଟର ଯାନ ଆଇନ କୋହଳ ହେବାର ଡେଡ୍ଲାଇନ୍ ଆଜି ସରୁଛି । ଏହାପରେ ଆଉ ନିସ୍ତାର ନାହିଁ । ମାର୍ଚ୍ଚ ପହିଲାରୁ ପୁଣି ରାଜ୍ୟରେ କଡାକଡି ହେବ ଟ୍ରାଫିକ ନିୟମ । ତେବେ ଶେଷ ସମୟରେ ମଧ୍ୟ ଗାଡି କାଗଜପତ୍ର କରିବା ପାଇଁ ବିଭିନ୍ନ ଆର୍ଟିଓ ଅଫିସ୍ରେ ଲମ୍ବା ଲାଇନ୍ ଲାଗିଛି ।
ଆର୍ସି, ଡିଏଲ୍ ଓ ଅନ୍ୟାନ୍ୟ ଗାଡି କାଗଜପତ୍ର ଠିକ୍ କରାଇବା ପାଇଁ ବିଭିନ୍ନ ଆର୍ଟିଓ ଅଫିସ୍ରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମାର୍ଚ୍ଚ ପହିଲାରୁ ଯଦି ଗାଡି ଚାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କରନ୍ତି କିମ୍ବା ପାଖରେ ଆବଶ୍ୟକୀୟ ଗାଡି କାଗଜପତ୍ର ନଥାଏ ତେବେ ତାଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ ।
ଡ୍ରାଇଭିଂ ଲାଇସେନ୍ସ, ହେଲମେଟ୍, ପଲ୍ୟୁସନ ସାର୍ଟିଫିକେଟ, ଦୁଇଚକିଆ ଗାଡିରେ ୨ଜଣ ବସିବେ, ୨ଚକିଆ ଆରୋହୀ ହେଲମେଟ୍ ପିନ୍ଧିବେ, କାର୍ ଚାଳକ ସିଟ୍ବେଲ୍ଟ ବାନ୍ଧିବା ଆବଶ୍ୟକ ରହିଛି । ଯଦି ଏହି ସବୁ ନିୟମକୁ ଗାଡି ଚାଳକମାନେ ଖିଲାଫ କରନ୍ତି ତେବେ ସେମାନଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ ।
ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଥିଲା । କିନ୍ତୁ ମାତ୍ରାଧିକ ଅର୍ଥଦଣ୍ଡ ହେତୁ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ପରେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିୟମକୁ ୩ ମାସ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଅଧିକାଂଶ ଗ୍ରାହକ ଜରୁରୀ କାଗଜପତ୍ର କରିନଥିବାରୁ ପୁଣି ଥରେ ଆଉ ୩ ମାସ ପାଇଁ ଏହି ନିୟମକୁ କୋହଳ କରାଯାଇଥିଲା ।
BREAKING NEWS
- ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
- ଟ୍ରମ୍ପଙ୍କ ବଡ଼ ଘୋଷଣା : ରିପବ୍ଲିକାନ୍ ଜିତିଲେ ପ୍ରତ୍ୟେକ ବରିଷ୍ଠ ଆମେରିକୀୟଙ୍କୁ ମିଳିବ ୫,୦୦୦ ଡଲାର
- ପ୍ରବଳ ବର୍ଷା ଆଶଙ୍କା; ମୟୂରଭଞ୍ଜରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା
- ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ଏହି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
- ଟ୍ରେନ୍ ଧକ୍କାରେ ଦନ୍ତା ହାତୀ ମୃତ
- ବାଂଲାଦେଶକୁ ଧୋକା ଦେଲା ଚୀନ୍ : ଚାଇନା ନିର୍ମିତ ଟ୍ୟାଙ୍କ ବିସ୍ଫୋରଣରେ ୨ ଯବାନ ସହିଦ
- ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀଙ୍କ ଆହ୍ୱାନ
- ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ କରାଯାଇଥିବା ରିପୋର୍ଟକୁ ଖଣ୍ଡନ କଲା ECI
- ବଙ୍ଗରେ ତେଜୁଛି ‘ଆମିଷ’ ବିବାଦ: ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ରାଜ୍ୟ ବିଜେପି ମୁଖ୍ୟଙ୍କ ନିଶାନା, କହିଲେ-‘ବଙ୍ଗାଳୀମାନେ ମାଛ ଓ ମାଂସ ଖାଇବେ’
- Red Fort blast:NIAର ଚାର୍ଜସିଟ୍ରେ ଚାଞ୍ଚଲ୍ୟକର ଖୁଲାସା;ଲାଲକିଲ୍ଲା ବିସ୍ଫୋରଣ ମାମଲାର ଏହି ୩ଟି ଦିଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…

Comments are closed.