Latest Odisha News

BREAKING NEWS

ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ପୁରୀ: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶନିବାର ଦିନ ଶ୍ରୀଜିଉଙ୍କ ଦର୍ଶନ ସାରି ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କୁ ପୂଜାର୍ଚ୍ଚନା କରିଛନ୍ତି ।

BjdElectrycity

ପ୍ରାପ୍ତ ସୂଚନାନୁଯାୟୀ ଶାହ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ପ୍ରଭୁଙ୍କୁ ଦର୍ଶନ କରିବା ସହିତ ଆଶିର୍ବାଦ ଗ୍ରହଣ କରିଛନ୍ତି । ପରେ ଦଳୀୟ କର୍ମୀଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।

ତେବେ ଏହି ଗସ୍ତରେ ଶାହଙ୍କ ସହିତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗି, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗି ମଧ୍ୟ ଉପସ୍ଥିତ ରହିଛନ୍ତି ।

ଅଧିକ ପଢନ୍ତୁ:

ଉଲ୍ଲେଖଯୋଗ୍ୟ, ଅମିତ ଶାହ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଗତକାଲି ପୂର୍ବାଚ୍ଚଳ ପରିଷଦ ବୈଠକରେ ଯୋଗଦେଇଥିଲେ । ପରେ ନବୀନ ନିବାସରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ । ଆଜି ପ୍ରାୟ ସକାଳ ୮ଟା ସମୟରେ କଡା ସୁରକ୍ଷା ବଳୟ ମଧ୍ୟରେ ଅମିତ ଶାହ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।

Leave A Reply

Your email address will not be published.