Latest Odisha News

BREAKING NEWS

ଆଜିଠାରୁ ଟ୍ରାଫିକ ନିୟମ କଡ଼ାକଡ଼ି; କାଗଜପତ୍ର ଲାଗି ଆରଟିଓ ଅଫିସରେ ଭିଡ଼

ଭୁବନେଶ୍ୱର: ଆଜିଠାରୁ ଗାଡ଼ି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ, ଇନ୍ସୁରାନ୍ସ ଓ ପଲ୍ୟୁସନ ଭଳି ସମସ୍ତ ଆଇନ ଉଲଂଘନ କ୍ଷେତ୍ରରେ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ । ହେଲମେଟ ଠାରୁ ଆରମ୍ଭ କରି ସଡ଼କ ନିରାପତ୍ତା ଓ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରିବାକୁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

BjdElectrycity

କେବଳ କାଗଜପତ୍ର ନୁହେଁ, ବରଂ ଅଧିକ ବେଗରେ ଗାଡ଼ି ଚାଳନା, ରେଡ ଲାଇଟ ଅତିକ୍ରମ କରିବା, ମଦ ପିଇ ଗାଡ଼ି ଚଳାଇବା, ରଙ୍ଗରୁଟରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥାହେବା, ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଇବା, ଦୁଇ ଚକିଆ ଗାଡ଼ିରେ ୩ଜଣ ବସିବା, ହେଲମେଟ ନପିନ୍ଧିବା, ସିଟବେଲ୍ଟ ନପିନ୍ଧିବା ଓ ଓଭରଲୋଡିଂ ଗାଡ଼ି ଚାଳନା ଆଦି ୧୦ଟି କ୍ଷେତ୍ରରେ ନିୟମ ଭାଙ୍ଗିଲେ ଗାଡ଼ି ଚଳକଙ୍କ ଠାରୁ ଜୋରିମାନା ଆଦାୟ କରାଯିବ । ଆବଶ୍ୟକସ୍ଥଳେ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଦେଶର ଅନ୍ୟ ରାଜ୍ୟରେ ଏହି ନୂଆ ନିୟମ ଲାଗୁ ହେଉଥିବା ବେଳେ ଓଡ଼ିଶାରେ ୬ମାସ କୋହଳ କରାଯାଇଥିଲା । ଏହି କୋହଳ ଅବଧି ସରିବା ପରେ ଏଣିକି ଗାଡ଼ିମୋଟର ଯାଞ୍ଚକୁ ଜୋରଦାର କରାଯିବ ।

ତେବେ ଯାଞ୍ଚ ବେଳେ ବେଳେ ପୁଲିସକୁ କେତେକ ଦିଗ ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ଯାଞ୍ଚ ସମୟରେ ଯେପରି ଟ୍ରାଫିକ ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ ଏକାକାଳୀନ ୩/୪ଟି ଗାଡ଼ିକୁ ଅଟକ ରଖି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଫଳରେ ସାଧାରଣ ଲୋକଙ୍କୁ କୌଣସି ସମସ୍ୟା ହେବନାହିଁ ଓ ଟ୍ରାଫିକ ମଧ୍ୟ ସ୍ୱାଭାବିକ ରହିପାରିବ । ରୁଟିନ ଯାଞ୍ଚ ବେଳେ ଗାଡ଼ିର କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସକୁ ଗୁରୁତ୍ୱ ଦିଆଯିବ । ଯଦି କୌଣସି ଗାଡ଼ି ଚାଳକ ଉପରୋକ୍ତ ୧୦ଟି ନିୟମରୁ ଏକାଧିକ ନିୟମ ଉଲଂଘନ କରନ୍ତି, ତା’ ହେଲେ ଗାଡ଼ିର କାଗଜପତ୍ର ଯାଞ୍ଚ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.