Latest Odisha News

ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗ ନିମନ୍ତେ ପଦକ୍ଷେପ; ୬୯୨୩.୨୬ କୋଟି ଟଙ୍କାର ୩ପ୍ରକଳ୍ପକୁ ହାଇଲେଭୁଲ କ୍ଳିଅରାନ୍ସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୨ତମ ହାଇଲେଭଲ୍ କ୍ଲିୟରାନ୍ସ ଅଥେିାରିଟୀ(ଏଚ୍‌ଏଲସିଏ) ବୈଠକରେ ତିନୋଟି ପ୍ରସ୍ତାବକୁ ନିତୀଗତ ଅନୁମୋଦନ ମିଳିଛି । ଏହି ୩ଟି ପ୍ରକଳ୍ପରେ ସମୁଦାୟ ୬୯୨୩.୨୬ କୋଟି ଟଙ୍କା ପୁଞ୍ଜିବିନିଯୋଗରେ ୪୬୩୮ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟ ହୋଇପାରିବ ।

ସୂଚନା ଅନୁଯାୟୀ , ହାଇ ଲେଭଲ କ୍ଲିୟରାନ୍ସ ଅଥେିାରିଟୀ(ଏଚ୍‌ଏଲସିଏ) ପକ୍ଷରୁ କେନ୍ଦୁଝର ଜିଲ୍ଲାର ଦେଉଝର ଠାରେ ତ୍ରିଭେଣି ଆରଥ୍‌ମୁଭର ପ୍ରାଇଭେଟ ଲିମିଟେଡକୁ ଦୁଇଟି ପର୍ଯ୍ୟାୟରେ ୩୦ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ବେନେଫିକେସନ୍ ପ୍ଲାଣ୍ଟବସାଇବା ନିମନ୍ତେ ୧୪୨୬.୭୫ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁୁରୀ ମିଳିଛି ।

ଏହାଦ୍ୱାରା ୮୮୪ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ପାରାଦ୍ୱୀପର ଭିତାରଗଡ ଠାରେ ତ୍ରିଭେଣି ଆରଥ୍‌ମୁଭର ପ୍ରାଇଭେଟ ଲିମିଟେଡକୁ ତିନୋଟି ପର୍ଯ୍ୟାୟରେ ୨୪ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ପେଲ୍ଲେଟ ପ୍ଲାଣ୍ଟ ବସାଇବା ନିମନ୍ତେ ୩୩୯୬.୫୧ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୯୫୪ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହାବ୍ୟତୀତ ରାଜ୍ୟର ଇସ୍ପାତ କ୍ଷେତ୍ରରେ ନୟାଗଡ ଠାରେ ଓରିସା ମେଟାଲିକ୍ସକୁ ୧.୨ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ଇ ିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ ସହିତ ୨୨୫ଏମ୍‌ଡବ୍ଲୁ ବିଶିଷ୍ଟ ସିପିପି ବସାଇବା ନିମନ୍ତେ ୨୧୦୦ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୨୮୦୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.