Latest Odisha News

BREAKING NEWS

କରୋନା ମହାମାରୀ ମୁକାବିଲା: ଭାରତ ବଜାରରେ ଉପଲବ୍ଧ ହେବ ଫାବି ସ୍ପ୍ରେର ନାଜାଲ ସ୍ପ୍ରେ

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ପାଇଁ ନାଜାଲ ସ୍ପ୍ରେ ମାଧ୍ୟମରେ ଆଉ ଏକ ଔଷଧ ବଜାରକୁ ଆସିଛି । ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ ନାଇଟ୍ରିକ ଅକ୍ସାଇଡ ଆଧାରିତ ଫାବି ସ୍ପ୍ରେ କାନାଡାର ଏକ କମ୍ପାନୀ ସହ ମିଳିତ ଭାବେ ପ୍ରସ୍ତୁତ କରିଛି । ଡିସିଜିଆଇ ପୂର୍ବରୁ ଏହାକୁ ଅନୁମୋଦନ ଦେଇଥିଲା । ଏହା ଦ୍ୱାରା କରୋନା ରୋଗୀଙ୍କ ଚିକିତ୍ସା ଦ୍ରୁତ ବେଗରେ ହୋଇପାରିବ ବୋଲି ଆଶା କରାଯାଉଛି ।

BjdElectrycity

ଭାରତର କରୋନା ବିରୋଧୀ ଲଢ଼େଇରେ ଆମେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ପାଲଟିଛୁ ବୋଲି ଗ୍ଲେନମାର୍କର ବ୍ୟବସାୟିକ ଅଧିକାରୀ ରବର୍ଟ କ୍ରୋକର୍ଟ କହିଛନ୍ତି । ନାକରେ ଏହାକୁ ସ୍ପ୍ରେ କଲେ କୋଭିଡ-୧୯ ଭୂତାଣୁ ନଷ୍ଟ ହେବା ସହ ଶରୀର ଭିତରକୁ ଯାଇପାରେନି । ଏହାର ବଜାର ମୂଲ୍ୟ ସମ୍ପର୍କରେ କୌଣସି ତଥ୍ୟ ମିଳିନି ।

Comments are closed, but trackbacks and pingbacks are open.