Latest Odisha News

BREAKING NEWS

ପୁରୀ ମହାରାଜା ଦିବ୍ୟସିଂହ ଦେବଙ୍କ ସାନ ଝିଅ ବାହାଘର

ପୁରୀ: ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନ ଝିଅ ଦେବେଶୀ ବାହାଘର । ହରିଆନା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କ ସହ ଗଜପତି ମହାରାଜାଙ୍କ କନ୍ୟାଙ୍କ ବିବାହ ହେଉଥିବା ଜଣାପଡ଼ିଛି ।

ବର ପକ୍ଷ ମଙ୍ଗଳବାର ପୁରୀରେ ପହଞ୍ଚି କୋଭିଡ଼ ନିୟମ ମାନି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପୁରୀରେ ବର ପକ୍ଷଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସୂଚନା ଅନୁସାରେ, କୋଭିଡ ପାଇଁ ନିରାଡ଼ମ୍ବର ଭାବେ ବିବାହ କାର୍ଯ୍ୟ ଆୟୋଜନ କରାଯାଉଛି । ଭୋଜନ ପାଇଁ ପୁରୀର ବରିଷ୍ଠ ସେବାୟତଙ୍କୁ ନିମନ୍ତ୍ରଣ କରାଯାଇଛି । ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଭୁବନେଶ୍ୱର ଓ ଅନ୍ୟସ୍ଥାନମାନଙ୍କରେ ପରିଚିତଙ୍କ ପାଇଁ ଭୋଜିର ଆୟୋଜନ କରାଯାଇଥିବା ଜଣା ପଡ଼ିଛି ।

Comments are closed, but trackbacks and pingbacks are open.