Latest Odisha News

ରିଲିଜ୍ ହେଲା “ଓଁ ସ୍ୱାହା” ଫିଲ୍ମ ଅଡିଓ

ଭୁବନେଶ୍ୱର: ଆଗକୁ ଆସୁଛି ଓଡ଼ିଆ ଫିଲ୍ମ ଓଁ ସ୍ୱାହା । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଜ୍ୟୋତି, ଦିବ୍ୟା, ସସ୍ମିତା । ବିଜୟ ଦ୍ୱିବେଦୀ ପ୍ରଯୋଜିତ ଏବଂ ଏସ. ଦିଲ୍ଲୀପ ପଣ୍ଡା ନିର୍ଦ୍ଦେଶିତ ଏହି ଫିଲ୍ମର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲରେ ଆୟୋଜିତ ହୋଇଯାଇଛି । ଗୀତଗୁଡିକୁ ଗୀତିକାର ଡକ୍ଟର ନିର୍ମଳ ନାୟକ ଏବଂ ହର ବାରିକ ଲେଖିଛନ୍ତି । ସେଇ ଗୀତଗୁଡିକୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର । କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଇରା ମହାନ୍ତି, କୁଲଦୀପ ପଟ୍ଟନାୟକ ଓ ରୋଜାଲିନ । ଗୀତଗୁଡିକୁ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି କୋରିଓଗ୍ରାଫର ଲୁବୁନ ଟୁବୁନ । ଆସନ୍ତା ଡିସେମ୍ବର ମାସରେ ମୁକ୍ତିଲାଭ କରିବ ଏହି ଫିଲ୍ମ ।

ନୃତ୍ୟ ନିର୍ଦ୍ଦେଶନା ସହିତ ଲାଇନ ପ୍ରଡ୍ୟୁସର ମଧ୍ୟ ରହିଛନ୍ତି ଲୁବୁନ ଟୁବୁନ । “ଓଁ ସ୍ୱାହା” ର କାହାଣୀ ବିଜୟ ଦ୍ୱିବେଦୀ ଏବଂ ସଂଳାପ ଲେଖକ ହର ବାରିକ ଲେଖିଛନ୍ତି । ସହ ପ୍ରଯୋଜିକା ଅର୍ଚ୍ଚନା ଦ୍ୱିବେଦୀ, କ୍ରି୍‌ଏଟିଭ ମୁଖ୍ୟ ଅଛନ୍ତି ପ୍ରଣୟ ଜେଠୀ । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ସ୍ୱର୍ଗତ ରାଇମୋହନ ପରିଡା, ପ୍ରତିଭା ପଣ୍ଡା, ମମତା ଅପା, ସରୋଜ ଦାସ, ଶୈଳେନ୍ଦ୍ର, ଚିନ୍ତାମଣି, କେ.କେ, ଡିସ୍କୋ ରେଡ୍ଡୀ, କାଳିଆ ଭାଇ, ଜୀବନ ପଣ୍ଡା, ବାବୁ ପ୍ରଧାନ ଏବଂ ଅସିତ ପତି । ସ୍ୱର୍ଗତ ରାଇମୋହନ ପରିଡା ଙ୍କର ଅଭିନୀତ ଓଁ ସ୍ୱାହା ଶେଷ ଚଳଚ୍ଚିତ୍ର ଥିଲା ।

Comments are closed.