Latest Odisha News

BREAKING NEWS

୧୪ରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ଧୋ’ରେ ବାବୁ ଧୋ’

ଭୁବନେଶ୍ୱର: ଆଗକୁ ଆସୁଛନ୍ତି ଅଭିନେତା ହରିହର ମହାପାତ୍ରଙ୍କ ଫିଲ୍ମ ଧୋ’ରେ ବାବୁ ଧୋ’ । ଭିନ୍ନ ସ୍ୱାଦର ଏହି ଓଡ଼ିଆ ଫିଲ୍ମ ଆସନ୍ତା ଶୁକ୍ରବାର ପଣା ସଂକ୍ରାନ୍ତିରେ ରିଲିଜ୍ ହେବ । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଯାଇଛି । ଏହାକୁ ସିନେପ୍ରେମୀ ଖୁବ୍ ପସନ୍ଦ କରିଛନ୍ତି । ହରିହର ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହ ନିଜେ କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ଲେଖିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତ୍ରୀ ଦିବ୍ୟାଦୀଶା ମହାନ୍ତି, ପିଙ୍କି ପ୍ରଧାନ, ସାତ୍ୱକୀ ମିଶ୍ର, ବବି ମିଶ୍ର ଓ ବ୍ରଜ ସିଂହ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ହିମାଂଶୁ ପରିଜା ଥିବା ବେଳେ ସିଦ୍ଧାର୍ଥ ଟିଭି ଏହାର ପ୍ରଯୋଜନା କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର ।

ଏହି ଫିଲ୍ମଟି ‘ସରୋଗେସି’କୁ ନେଇ ନିର୍ମାଣ କରାଯାଇଛି । କେଉଁ ପରିସ୍ଥିତିରେ ପଡ଼ି ଜଣେ ନାରୀ ନିଜ ଗର୍ଭକୁ ଭଡ଼ାରେ ଦେବାକୁ ବାଧ୍ୟ ହୁଏ, ତାହା ଏହି ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ । ଏହାକୁ ପରିବାର ସଦସ୍ୟଙ୍କ ସହ ବସି ଦେଖିପାରିବା ଭଳି ଫିଲ୍ମ ହୋଇଛି । ଏହି ଫିଲ୍ମକୁ ସବୁ ବର୍ଗର ଲୋକେ ପସନ୍ଦ କରିବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

Leave A Reply

Your email address will not be published.