Latest Odisha News

BREAKING NEWS

ପୁରୁଷଙ୍କୁ ଗୋଡ଼େଇ ଗୋଡ଼େଇ ଠେଙ୍ଗାରେ ପିଟନ୍ତି ମହିଳା, ମାଡ଼ ଖାଉଥିବା ଯୁବକଙ୍କର ଶୀଘ୍ର ହୁଏ ବିବାହ

ଯୋଧପୁର: ଯେଉଁଠି ପୁରୁଷଙ୍କୁ ଦେଖନ୍ତି ମହିଳାମାନେ ଲାଠି ସାହାଯ୍ୟ ଗୋଡ଼େଇ ଗୋଡ଼େଇ ପିଟନ୍ତି । ଏଥିରେ ପୁରୁଷମାନେ କ୍ରୋଧିତ ନ ହୋଇ ଖୁସି ଅନୁଭବ କରିଥାନ୍ତି । ଆପଣ ଭାବୁଥିବେ କିଏ ମାଡ଼ ଖାଇବା ପରେ ଖୁସି ଅନୁଭବ କରେ ? ହଁ, ଏପରି ଦେଖିବାକୁ ମିଳେ ରାଜସ୍ଥାନର ଯୋଧପୁରରେ ଐ÷ତିହାସିକ ‘ଧିଙ୍ଗା ଗାଭର୍‌’ ମେଳାରେ । ଏହିଦିନ ମହିଳାମାନେ ପୁୁରୁଷଙ୍କୁ ଶାସନ କରନ୍ତି । ମହିଳା ସଶକ୍ତିକରଣର ଏହି ଅନନ୍ୟ ଉଦାହରଣ ଏଠାରେ ଦେଖିବାକୁ ମିଳେ ।

BjdElectrycity

ଯୋଧପୁରରେ ଲୋକେ ଧୁମ୍‌ଧାମ୍‌ରେ ପାଳନ କରନ୍ତି ଧିଙ୍ଗା ଗାଭର ମେଳା । ଏହି ମେଳାରେ ରାତି ୧୦ ଟା ସମୟରେ ଏଠାକାର ମହିଳାମାନେ ବିଭିନ୍ନ ଛଦ୍ମବେଶରେ ରାସ୍ତାକୁ ବାହାରନ୍ତି । ଯେମିତି କି କିଏ ଡ଼ାକ୍ତର ତ କିଏ ପୋଲିସ,ସୈନିକ ଆଦି ବେଶରେ ସଜ୍ଜିତ ହୋଇଥାନ୍ତି । ରାସ୍ତାରେ ଯେ କୌଣସି ପୁରୁଷଙ୍କୁ ଦେଖନ୍ତି, ସେ ତାଙ୍କୁ ଏକ ବାଡ଼ିରେ ପିଟନ୍ତି । ଏଠାକାର ଲୋକଙ୍କର ବିଶ୍ୱାସ ଅଛି, ଯେଉଁ ଯୁବକର ବିବାହ ହୋଇ ପାରୁ ନ ଥିବ ସେମାନେ ମହିଳାଙ୍କଠାରୁ ମାଡ଼ ଖାଇଲେ ଶୀଘ୍ର ବିବାହ ହୋଇଥାଏ । ସେଥିଲାଗି ଦୂରଦୂରାନ୍ତରୁ ବହୁ ଲୋକେ ଏଠାକୁ ମାଡ଼ ଖାଇବାକୁ ଆସିଥାନ୍ତି । ଲୋକେ ଏହି ଧିଙ୍ଗା ଗାଭର୍ ମେଳା ପାଇଁ ଉତ୍ସାହର ସହିତ ବର୍ଷସାରା ଅପେକ୍ଷା କରନ୍ତି । ଏହି ମେଳା ମହିଳା ସଶକ୍ତିକରଣର ଏକ ଅନନ୍ୟ ଉଦାହରଣ ପାଲଟିଛି ।

ଏହି ମେଳାରେ ଉଭୟ ବିବାହିତ ଏବଂ ବିଧବା ମହିଳା ଧିଙ୍ଗା ଗାଭାରଙ୍କୁ ପୂଜା କରିପାରିବେ । ବର୍ତ୍ତମାନ କୁଆଁରୀ ଝିଅମାନେ ମଧ୍ୟ ଧିଙ୍ଗା ଗାଭାରଙ୍କୁ ପୂଜା କରୁଛନ୍ତି । ବିଧବା ମହିଳାମାନେ ନିଜ ପରିବାରର ସୁଖ ଏବଂ ଶାନ୍ତି ପାଇଁ ପୂଜା କରୁଥିବା ବେଳେ ବିବାହିତା ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରିବାକୁ ଏହି ପୂଜା କରିଥାନ୍ତି । ଆଉ ଅବିବାହିତ ଝିଅମାନେ ଭଲ ବର ପାଇଁ ପୂଜା କରନ୍ତି ।
ଏହି ମେଳା ପାଳନ କରିବା ପଛରେ ଗୋଟେ କାହାଣୀ ରହିଛି, ମାତା ପାର୍ବତୀ ଦିନେ ଭଗବାନ ଶିବଙ୍କୁ ଖୁସି କରିବା ପାଇଁ ଭିନ୍ନ ଭିନ୍ନ ରୂପ ଧାରଣ କରିଥିଲେ । ଭଗବାନ ଶିବ ସେହି ରୂପ ଦ୍ୱାରା ଏତେ ଆକର୍ଷିତ ହୋଇଥିଲେ ଯେ ସେ ତାଙ୍କୁ ସାଙ୍ଗରେ ନେବାକୁ ରାଜି ହୋଇଥିଲେ । ଏହି କାରଣରୁ ଧିଙ୍ଗା ଗାଭାରଙ୍କ ପୂଜା କରାଯାଉଛି ବୋଲି କୁହାଯାଏ । ଲୋକେ ଏହି ମେଳା ପାଇଁ ମାସକ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି ଓ ମେଳାକୁ ମଧ୍ୟ ବହୁତ ଉପଭୋଗ କରିଥାନ୍ତି ।

Leave A Reply

Your email address will not be published.