ଭୁବନେଶ୍ୱର: ଜୁଲାଇ ୨୧ରେ ରିଲିଜ୍ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ନିୟତି’ । ଏହି ଫିଲ୍ମରେ ମୁଖ୍ୟ ଭୂମିକା ରେ ଅଭିନେତା ସାନୁ, ଅଭିନେତ୍ରୀ ଦିବ୍ୟା ମହାନ୍ତି ଓ ଅଭିନେତା ସମରେଶ ରାଉତରାୟ ଅଛନ୍ତି । ଏକ ମୌଳିକ କାହାଣୀ କୁ ନେଇ ନିର୍ମାଣ ହୋଇଛି ଏହି ଭିନ୍ନ ସ୍ୱାଦର ଫିଲ୍ମ “ନିୟତି’ । ଏହାକୁ ଦର୍ଶକ ନିଶ୍ଚିତ ଭାବେ ଭଲ ପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।
ଓଡ଼ିଆ ଫିଲ୍ମ “ନିୟତି” ର ପ୍ରଯୋଜନା ପ୍ରେମଲତା ରାଉତରାୟ, ସମରେଶ ରାଉତରାୟ ଏବଂ ସୁଧାଂଶୁ ନାରାୟଣ କରିଛନ୍ତି । ସେହିପରି କାହାଣୀ, ଚିତ୍ରନାଟ୍ୟ, ସଂଳାପ ସହିତ ନିର୍ଦ୍ଦେଶନା ଦାୟିତ୍ୱ ପିନାକୀ ଶ୍ରୀଚନ୍ଦନ ନେଇଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ, ଚିତ୍ରତ୍ତୋଳନ ଅକ୍ଷୟ କୁମାର ନାୟକ, ସମ୍ପାଦନା କେଡ଼ି ସିପୁନ, ଡି.ଆଇ ଅଧିକାରୀ ସାହୁ ଏବଂ ପ୍ରଡ଼କସନ୍ ଡିଜାଇନ୍ ରେ ଜେନା ବ୍ରଦର୍ସ ରହିଛନ୍ତି । ଏଥିରେ କେକେ, କାହ୍ନା, ପୁପୁଲ ଭୂୟାଁ, ଶୁଭ୍ରାଂଶୁ, ବିଷାନ, ଉଦିତ ଗୁରୁ, ଅଙ୍କିତ ପଟ୍ଟନାୟକ ଏବଂ ଅଭିଜିତ ପାତ୍ର ଅଭିନୟ କରିଛନ୍ତି । ଅନୁରାଗ ପଟ୍ଟନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ବଲିଉଡ ତଥା ଓଲିଉଡ଼ ର ନାମୀ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି, ବିରାଜ, ସବିଶେଷ, ଅନ୍ତରା ଚକ୍ରବର୍ତ୍ତୀ, ଗୀତ୍ , ସ୍ମୃତି, ସଂଜୀବ, ଅନୁରାଗ, କ୍ରୀଷ୍ଣା ମିସ୍ତ୍ରୀ ପ୍ରମୁଖ କଣ୍ଠଦାନ କରିଛନ୍ତି ।
ଭୁବନେଶ୍ୱର ପ୍ରେସ କ୍ଲବଠାରେ ଏହି ଫିଲ୍ମର ଟ୍ରେଲର ଓ ଅଡ଼ିଓ ଲୋକାର୍ପଣ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଯୋଜକ ତଥା ଅଭିନେତା ସମରେଶ ରାଉତରାୟ, ନିର୍ଦ୍ଦେଶକ ପିନାକୀ ଶ୍ରୀଚନ୍ଦନ, ଅଭିନେତା ସାନୁ, ଅଭିନେତ୍ରୀ ଦିବ୍ୟା, ପୁପୁଲ ଭୂୟାଁ, କେକେ, ସଙ୍ଗୀତ ନିର୍ଦ୍ଦେଶକ ଅନୁରାଗ ପଟ୍ଟନାୟକ ଏବଂ ମୋ କଲେଜ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.