Latest Odisha News

ଆସୁଛି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘ପ୍ରଥା’

ଭୁବନେଶ୍ୱର: ଆସୁଛି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘ପ୍ରଥା’ । ଏଥିରେ ଓଡ଼ିଆ ଘରର ଚଳଣୀ ଓ ପରମ୍ପରା ପ୍ରତିଫଳିତ ହୋଇଛି । ସିନେମାଟି ମୌଳିକ କାହାଣୀ ଉପରେ ପର୍ଯ୍ୟବେଷିତ ହେଉଥିବାରୁ ଏହା ଦର୍ଶକଙ୍କ ଗ୍ରହଣୀତା ହେବ ବୋଲି ପ୍ରଡ଼କ୍‌ସନ ହାଉସ ପକ୍ଷରୁ ଜଣାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଭିନେତା ଉତ୍ତମ ମହାନ୍ତିଙ୍କ ସହ ଅନ୍ୟ କଳାକାରମାନେ ଉପସ୍ଥିତ ଥିଲେ ।

ଏଥିରେ ନାୟକ ସାଜିଛନ୍ତି ସ୍ୱରାଜ ବାରିକ । ତାଙ୍କ ସହିତ ଦୁଇ ଜଣ ନାୟିକା ଅଛନ୍ତି । ସେମାନେ ଶୀତଲ ପାତ୍ର ଓ ସିମ୍ରନ କୌର । ଅଭିନେତ୍ରୀ ଶିତଲ ଗାଉଁଲି ଝିଅ ଭୂମିକାରେ ଅଭିନୟ କରୁଥିବା ବେଳେ ସିମ୍ରନ ଆଧୁନିକା ଝିଅ ଭାବେ ଅଭିନୟ କରୁଛନ୍ତି । ଅନ୍ୟ ଭୂମିକାରେ ଅଛନ୍ତି ଚୌଧୁରୀ ବିକାଶ ଦାସ,ବବି ମିଶ୍ର, ବଲିଉଡ଼ ଅଭିନେତା ଯଶଃ ଆଲୱାହଟ,ଆଶୁ ବର୍ମା,ରବି ମିଶ୍ର ,ସତିଶ ପଟେଲ, ଇଲୁ ବାନାର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ ଓ ଅସିତା ଶତପଥୀ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି କେ. ମୂରଲୀ କ୍ରିଷ୍ଣା । ସେହିପରି ଅସଦ ନିଜାମ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ବିଜୟ କୁମାର ରାଉଳ ସଂଳାପ ଲେଖିଛନ୍ତି । ଆରିୟନ କୋରିଓଗ୍ରାଫର ଥିବା ବେଳେ ବିଜୟ ପାତ୍ର ଲାଇମ ପ୍ରଡ଼ୁସର ଅଛନ୍ତି । ଏହି ଚଳଚ୍ଚିତ୍ର କୋରାପୁଟ, ଦିଲ୍ଲୀ, ରାଜସ୍ଥାନରେ ସୁଟିଂ ହେବ ପ୍ରଯୋଜନା ସଂସ୍ଥା ପକ୍ଷରୁ ଜଣାଯାଇଛି ।

 

 

Comments are closed.