Latest Odisha News

BREAKING NEWS

ମେ ୨୫ରେ ରିଲିଜ ହେବ ଓଡ଼ିଆ ଫିଲ୍ମ ପ୍ରୀତି ବନ୍ଧନ

ଭୁବନେଶ୍ୱର: ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହୋଇଛି ନୂଆ ଓଡ଼ିଆ ଫିଲ୍ମ ‘ପ୍ରୀତି ବନ୍ଧନ’ । ଏହି ଫିଲ୍ମ ମେ ୨୫ ତାରିଖରେ ରିଲିଜ୍ ହେବ । ନେକ୍ସଟ୍‌ଡୋର ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମ ଓଡିଆ ଘରର କଥାବସ୍ତୁ ଉପରେ କାହାଣୀ ଗତିଶୀଳ ହୋଇଛି । ଏଥିରେ ଆମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଝଲକ ଦର୍ଶକ ଦେଖିବାକୁ ପାଇବେ ବୋଲି କୁହନ୍ତି ଏହାର ପ୍ରଯୋଜକ ପ୍ରଶାନ୍ତ କୁମାର ନାୟକ ଓ ନରେନ୍ଦ୍ର ପାତ୍ର । ଏଥିରେ ନିର୍ଦ୍ଦେଶକ ରାଶେସ ମହାନ୍ତି ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ଗୀତଗୁଡିକୁ ସ୍ୱରରେ ସଜାଇଛନ୍ତି ଅଭିଜିତ ମଜୁମଦାର ଓ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସୃତି ଆର ଓ ସୁଧାକର ବସନ୍ତ ।

ଫିଲ୍ମରେ ଅଭିନେତା ସମ୍ବିତ ନାୟକ ସାଜିଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ଅଛନ୍ତି ତମନ୍ନା ଓ ତୃପ୍ତି । ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପା ପଣ୍ଡା, ପୃଥ୍ୱୀରାଜ ନାୟକ, ଭୂପତି ତ୍ରିପାଠୀ, କେଦାର ମିଶ୍ର, ଥିନ୍‌, ସର ଅପା, ଅଳକା, ପ୍ରଶାନ୍ତ ନାୟକ, ନୂପୁର ଓ ସସ୍ମିତା ଅଭିନୟ କରିଛନ୍ତି ।

Comments are closed.