Latest Odisha News

BREAKING NEWS

ରିଲିଜ୍ ହେଲା ନୂଆ ଓଡ଼ିଆ ଫିଲ୍ମ ‘ଡେଲିଭରି ବୟ’: ଦେଖିବାକୁ ମିଳିଛି ଡ଼େଲିଭରି ବୟର ସଂଘର୍ଷର କାହାଣୀ

ଭୁବନେଶ୍ୱର: ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମ ‘ଡେଲିଭରି ବୟ’ ଶୁକ୍ରବାର ରିଲିଜ୍ ହୋଇଛି । ଏକ ବାସ୍ତବ ଘଟଣାକୁ ନେଇ ଫିଲ୍ମ୍ରଟି ନିର୍ମିତ ହୋଇଛି । ସାଧାରଣତଃ ଲୋକେ ଅନଲାଇନରେ ଅନେକ ଜିନିଷ ଅର୍ଡର କରିଥାନ୍ତି । ଉକ୍ତ ସାମଗ୍ରୀକୁ ସଠିକ ସମୟରେ ସଠିକ ଲୋକ ପାଖରେ ପହଁଚାଇବା ଡେଲିଭରି ବୟର ଦାୟିତ୍ୱ । କିନ୍ତୁ ନିଜର ଦାୟିତ୍ୱ ନିଭାଇବା ପାଇଁ ଡେଲିଭରୀ ଭୟ ସାମ୍ନା କରୁଥିବା ଅନେକ ଅକୁହା କଥାକୁ ନେଇ କାହାଣୀର ପରିକଳ୍ପନା କରାଯାଇଛି । ଇନଫିସନ ଏଣ୍ଟରଟେନମେଣ୍ଟ ନିବେଦିତ ଜ୍ୟୋତି ରଞ୍ଜନ ମହାନ୍ତି ପ୍ରଯୋଜିତ ଏହି ଫିଲ୍ମ ଜଣେ ଡେଲଭରୀ ବୟର ଜୀବନକୁ ନେଇ ନିର୍ମାଣ ହୋଇଛି । ସଂଳାପ ଲେଖିଛନ୍ତି ଦୀପକ ଜେନା ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ୱିନୀ ତ୍ରିପାଠୀ ।

ଏଥିରେ ଅଭିନେତା ବୁଦ୍ଧାଦିତ୍ୟ,ଶୈଳେନ୍ଦ୍ର,ଅଭିନେତ୍ରୀ ସୂର୍ଯ୍ୟମୟୀ, ଜୀବନ ପଣ୍ଡା, ପ୍ରିୟମ୍ବଦା , ଶକ୍ତି ବରାଳ, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ, ଅମନ୍‌, ଗୁଡ୍ଡୁ, ଓ ପୁପୁଲ୍ ପ୍ରମୁଖ ଅଭିନୟ କରିଛନ୍ତି । ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଓ ସୂର୍ଯ୍ୟ ମହାପାତ୍ର ଏହାର ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ହ୍ୟୁମାନ୍ ସାଗର, ଅସୀମା ପଣ୍ଡା ଓ ଋତୁରାଜ ମହାନ୍ତି । ସୂଚନାଯୋଗ୍ୟ, ‘ଡେଲିଭରି ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ଼ କରିଛନ୍ତି ।

Leave A Reply

Your email address will not be published.