Latest Odisha News

BREAKING NEWS

ପରଦାକୁ ଆସିଲା ନୂଆ ଓଡ଼ିଆ ସିନେମା ‘ଜୋରକା ଝଟକା’

ଭୁବନେଶ୍ୱର: ଅନ୍ୟ ସିନେମା ଜଗତ ପରି ଆମ ଓଡ଼ିଆ ସିନେମା ମଧ୍ୟ ଏବେ ଦ୍ରୁତ ଗତିରେ ମାଡିଚାଲିଛି । ଆଗରୁ ବର୍ଷକୁ ୩ ରୁ ୪ ଟି ସିନେମା ପରଦାକୁ ଆସୁଥିବା ବେଳେ, ଏବେ ପ୍ରାୟ କ୍ରମାଗତ ଭାବେ ଏହା ଜାରି ରହିଛି ।

ଗୁରୁବାର ସତ୍ୟ ଘଟଣା ଉପରେ ଆଧାରିତ ସିନେମା ‘ଛବିରାଣୀ’ ମୁକ୍ତିଲାଭ କରିଥିବା ବେଳେ ଆଜି ପୁଣି ଏକ ଓଡ଼ିଆ ସିନେମା ପରଦାକୁ ଆସିଛି । ସିନେମଟିର ନାମ ହେଇଛି ‘ଜୋରକା ଝଟକା’।

ଏହାର ନିର୍ଦ୍ଦେଶନା ଭାର ନୂଆକରି ନିର୍ଦ୍ଦେଶକ ସାଜିଥିବା ପିନୁ ନାୟକ ସମ୍ଭାଳି ଥିବାବେଳେ, ଅଶୋକ ବେହେରା ଏବଂ ଶିବାନୀ ବେହେରା ଏହାର ପ୍ରଯୋଜନା ଦେଇଛନ୍ତି । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର ।

ଏହି ସିନେମାରେ ଦର୍ଶକ ଅନେକ ଦିନ ବ୍ୟବଧାନରେ ଦୀପକ-ପିଙ୍କିଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ। ଦୀପକ-ପିଙ୍କି ଯୋଡ଼ିଙ୍କୁ ‘ତୁ ମୋ’ସପନର ନାୟିକା’ ସିନେମାରେ ପ୍ରଥମେ ପରଦାକୁ ଆଣିଥିଲେ ପ୍ରଯୋଜକ ରବୀନ୍ଦ୍ର କୁମାର ପଣ୍ଡା।
ଏବେ ‘ଜୋରକା ଝଟକା’ରେ ନଜର ଆସିବେ ଏହି ଯୋଡି ।

ଏହାର ନାମ ଭଳି କାହାଣୀ ବି ଟିକେ ଅଲଗା ପ୍ରକାରର ବୋଲି ଶୁଣିବାକୁ ମିଳୁଛି । ଏଥିରେ ଶ୍ରୀତମ୍ ଦାସ, ମିହିର ଦାସ ,ହରି ଏବଂ ପ୍ରଜ୍ଞା ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ।

Leave A Reply

Your email address will not be published.