Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫସିଲେ ୨ ସରକାରୀ କର୍ମଚାରୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ୨ ଜଣ ସରକାରୀ କର୍ମଚାରୀଙ୍କ ଘର ଓ ଅଫିସରେ ଶୁକ୍ରବାର ଦିନ ଭିଜିଲାନ୍ସର ୪ ଜଣିଆ ଟିମ ଚଢାଉ କରିଛନ୍ତି ।

ଉଭୟ ଦମ୍ପତ୍ତି ହେଲେ ବଲାଙ୍ଗୀର ଅବକାରୀ ବିଭାଗର ମୁଖ୍ୟ କିରାଣୀ ତ୍ରୀନାଥ ସେଠ୍ ଏବଂ ତାଙ୍କ ଧର୍ମପତ୍ନୀ ୱେସ୍କୋର ଜୁନିଅର୍ ଆକାଉଣ୍ଟାଣ୍ଟ ସୀତାରାଣୀ ସେଠ୍ ।

ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତ୍ରୀନାଥଙ୍କ ନୂଆପଡାସ୍ଥିତ ଶ୍ୱଶୁର ଘରେ ମଧ୍ୟ ଚଢାଉ କରି କରିଛି ।

ତେବେ ରିପୋର୍ଟ ଲେଖାଯିବା ମଧ୍ୟରେ ଚଢାଉ କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.