ଭୁବନେଶ୍ୱର: ସାଧାରଣତଃ ଅନେକ ଫିଲ୍ମରେ ଶାଶୁ- ବୋହୂଙ୍କର ଝଗଡ଼ାକୁ ନେଇ କାହାଣୀ ଦେଖିବାକୁ ମିଳେ । କିନ୍ତୁ ଖୁବ୍ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଜୀ ସାର୍ଥକ ଫିଲ୍ମସର ନୂଆ ମୁଭିି ଯେଉଁଥିରେ ଶାଶୁ-ବୋହୁ ଭିତରେ ଝଗଡ଼ା ନାହିଁ । ବରଂ କାହାଣୀ ଅନୁସାରେ ଶାଶୁ କିପରି ନିଜ ବୋହୂର କନ୍ୟାଦାନ କରୁଛନ୍ତି, ତାକୁ କାହାଣୀରେ ରୁପାନ୍ତର କରାଯାଇଛି । ଫିଲ୍ମଟିର ନାଁ ହେଉଛି ‘କନ୍ୟାଦାନ’ । ଏହାର ଅଡ଼ିଓ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ହୋଟେଲରେ ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ଜସ୍ମିନ ରଥ, ବିକ୍ରମ ମହାନ୍ତି, କଣ୍ଠ ଶିଳ୍ପୀ ସ୍ୱୟଂ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ଦେବାଂଶୀ ଦାଶ, ଶୁଭାଶିଷ ଲେଙ୍କାଙ୍କ ସମେତ ଜୀ- ସାର୍ଥକ ଚାନେଲ ମୁଖ୍ୟ ପ୍ରତୀକ ସିଲ, ନନ୍ ଫିକ୍ସନ ହେଡ଼ ତନ୍ମୟ ମିଶ୍ର, ପ୍ରଯୋଜକ କବିର ଦାସ ଓ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଯୋଗ ଦେଇ ଅଡିଓ ଲୋକାର୍ପଣ କରିବା ସହ ପୋଷ୍ଟର ଉନ୍ମୋଚନ କରିଥିଲେ ।
ଜୀ-ସାର୍ଥକ ଫିଲ୍ମସ ସବୁବେଳେ ନୂଆ ଓ ଭିନ୍ନ ଭିନ୍ନ କାହାଣୀରେ ନିର୍ମିତ ଚଳଚ୍ଚିତ୍ର ଦର୍ଶକଙ୍କୁ ଦେଇ ଆସିଛି । ଆସନ୍ତା ୨୯ ତାରିଖରେ ଏହି ଚଳଚ୍ଚିତ୍ର ଶୁଭମୁକ୍ତି କରିବ । ଏହି ଚଳଚ୍ଚିତ୍ରକୁ କବିର ଦାସଙ୍କ ପ୍ରଯୋଜନା କରିଥିବା ବେଳେ ମୃତ୍ୟୁଞ୍ଜୟ ସାହୁ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ପ୍ରଶାନ୍ତ ପାଢ଼ୀ ଗୀତଗୁଡ଼ିକ ସଙ୍ଗୀତରେ ସଜେଇଛନ୍ତି । ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟଂ ପାଢ଼ୀ, ଦେବାଂଶୀ ଦାଶ ଓ ଶୁଭାଶିଷ ଲେଙ୍କା ଏଥିରେ କଣ୍ଠ ଦାନ କରିଛନ୍ତି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ବିଶିଷ୍ଟ ଅଭିନେତ୍ରୀ ମହାଶ୍ୱେତା ରାୟ, ଜସ୍ମିନ ଓ ବିକ୍ରମ ଅଭିନୟ କରିଛନ୍ତି । ଏକ ଭିନ୍ନ ସ୍ୱାଦର ଓ ସମାଜରେ ବର୍ତ୍ତମାନ ସ୍ଥିତି ଉପରେ ଏହି କାହାଣୀ ପରିବେଷିତ ହୋଇଥିବାରୁ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି ଜୀ-ସାର୍ଥକ ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ।
BREAKING NEWS
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା

Comments are closed.