Latest Odisha News

BREAKING NEWS

୩ଟି ଭାଷାରେ ପାଓ୍ବାର ଦେଖାଇବ ‘ପରବ’

ଭୁବନେଶ୍ବର: ପୁଣି ଟ୍ରାକକୁ ଧିରେ ଧିରେ ଫେରୁଛି ଓଡିଆ ସିନେମା । ରିଭଲ୍ୟୁସେନ ପଥରେ ଏବେ ପୁଣି ଆଉ ଏକ ନିଚ୍ଛକ ସିନେମା, ଓଡିଆ ସିନେମା ପ୍ରେମୀଙ୍କ ପାଇଁ ଭେଟିଦେବାକୁ ଯାଉଛନ୍ତି ନିର୍ମାତା । ଯାହା ମୋଟ ୩ଟି ଭାଷାରେ ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି । ତେବେ ଦମନ, ପ୍ରତୀକ୍ଷା ଭଳି ନିଚ୍ଛକ କାହାଣୀ ଦର୍ଶକଙ୍କୁ ପୁଣି ଓଡିଆ ସିନେମା ମୁହାଁ କରିଥିବା ବେଳେ ପୁଣି ସେହିଭଳି ଏକ ମାଟିର କଥାକୁ ନେଇ ଆସୁଛି ଓଲିଉଡ ଏଭରଗ୍ରୀନ ହିରୋ ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୀତ ସିନେମା ‘ପରବ’ ।  ଯାହାକି ଏକାସାଙ୍ଗରେ ଓଡିଆ, ହିନ୍ଦୀ ଓ ତେଲଗୁ ଭାଷାରେ ପରଦାକୁ ଆସିବାକୁ ଯାଉଛି ।  ଏଥିସହିତ ଏହା କେବଳ ସିନେମା ହଲରେ ନୁହେଁ, ପରବ ଓଟିଟି ମଧ୍ୟ ପ୍ରସାରିତ ହେବ ।

ପ୍ରଥମ ଥର ପାଇଁ ପାନ-ଇଣ୍ଡିଆ ଷ୍ଟୁଡ଼ିଓ ‘ପାନୋରମା ଷ୍ଟୁଡ଼ିଓ’ ସହ ହାତ ମିଳାଇ ଓଲିଉଡ ନିର୍ମାତା ଦୀପେନ୍ଦ୍ର ସାମଲ ଏହି ଫିଲ୍ମଟିର ନିର୍ମାଣ କରିଛନ୍ତି । ଏନେଇ ପାନୋରମା ଷ୍ଟୁଡିଓ ସହ ଚୁକ୍ତିନାମା ସରିଥିବାବେଳେ ସାରା ଦେଶରେ ୨୦୦ ସ୍କ୍ରିନରେ ପରବ ମୁକ୍ତିଲାଭ କରିବ ।  ଯାହା ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଏହା ଦ୍ୱାରା ବର୍ତ୍ତମାନ ପାନ ଇଣ୍ଡିଆରେ ଓଲିଉଡ଼ ସିନେମା ପାଇଁ ବାଟ ଫିଟିବ ବୋଲି ଆଶାବ୍ୟକ୍ତ କରିଛନ୍ତି ନିର୍ମାତା । ଏନେଇ ନିର୍ମାତା କହିଛନ୍ତି, ସାରା ଦେଶରେ ‘ପରବ’ ରିଲିଜ ଏକାସଙ୍ଗେ ଓଡ଼ିଆ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରାଇବାକୁ ଯାଉଛୁ। ଓଡ଼ିଆ ଫିଲ୍ମ ଡିସେମ୍ୱର ୨୦ରେ ରିଲିଜ ହେବକୁ ଥିବା ବେଳେ ଏହାର ୧୦ ଦିନ ପରେ ତେଲୁଗୁ ଭାଷାରେ ରିଲିଜ ହେବ ପରବ ।

ତେବେ ଜେପି ମୋସନ ପିକ୍ଚର୍ସ ବ୍ୟାନରରେ ପ୍ରସ୍ତୁତ ତଥା ଦୀପେନ୍ଦ୍ର ସାମଲଙ୍କ ନିର୍ମିତ ଓଡ଼ିଆ ଚଳଚିତ୍ର ‘ପରବ’ ର ଟିଜର ରିଲିଜ ହୋଇଥିବା ବେଳେ ଏଥିରେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିସହିତ ଜାତୀୟ ପୁରସ୍କାର ବିଜେତା ‘ପ୍ରତୀକ୍ଷା ଏବଂ ଦମନ ଭଳି ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖେଇଥିବା ଅଭିନେତା ଦିପାନ୍ୱିତ ଦାସମହାପାତ୍ର, ସୂର୍ଯ୍ୟମୟୀ ମହାପାତ୍ର, ଜୟପ୍ରକାଶ ଦାସ ପ୍ରମୁଖ ଅଭିନୟ କରିଛନ୍ତି। ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି ଚିନ୍ମୟ ଦାସ ।

‘ପରବ’ର କାହାଣୀ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଓଡ଼ିଶାର ସୀମା ବିବାଦ ଓ ସମ୍ବେଦନଶୀଳ ବିଷୟକୁ ଆଧାର କରି ନିର୍ମିତ ହୋଇଛି । ଓଡ଼ିଶାର ବିବାଦୀୟ ଘଟଣା ମହାନଦୀ ପ୍ରସଙ୍ଗ ହେଉ ଅବା କୋଟିଆ- ଆନ୍ଧ୍ର ପ୍ରସଙ୍ଗ ହେଉ ଏହି ଘଟଣାମାନକୁ ଆଧାର କରି ଫିଲ୍ମଟି ନିର୍ମିତ ହୋଇଛି । ଯାହା ପୂରା ଦେଶରେ ରିଲିଜ୍ ହେଉଥିବା ବେଳେ ଏହା ଦମନ ଭଳି ପ୍ରଶଂସା ସାଉଟିବା ନେଇ ଆଶା ବାନ୍ଧିଛନ୍ତି ନିର୍ମାତା ।

Leave A Reply

Your email address will not be published.