Latest Odisha News

BREAKING NEWS

ନୂଆ ଫିଲ୍ମ ‘ସରଗପୁରରୁ ଆସିଚି ପ୍ରିୟା’ ର ଅଡିଓ ଲୋକାର୍ପିତ

ଭୁବନେଶ୍ୱର: ଜୀ-ସାର୍ଥକ ବ୍ୟାନରରେ ନିର୍ମିର୍ତ ଫିଲ୍ମ ‘ସରଗପୁରରୁ ଆସିଚି ପ୍ରିୟା’ ର ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ଏହି ଉତ୍ସବ ରେ ଫିଲ୍ମର ପ୍ରଯୋଜକ କବୀର ଦାସ, ଜୀ ସାର୍ଥକର ଚିଫ୍ ପ୍ରତୀକ ସିଲ, କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର, ନିର୍ଦ୍ଦେଶକ ସଞ୍ଜୟ ନାୟକ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ନେହା ନିହାରିକା, ଅଭିନେତା ଅଭିଜିତ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ଭିନ୍ନ କାହାଣୀକୁ ନେଇ ତିଆରି ହୋଇଛି ଫିଲ୍ମ “ସରଗପୁରରୁ ଆସିଛି ପ୍ରିୟା’ । କାହାଣୀ ଅନୁସାରେ ଇନ୍ଦ୍ରଲୋକର ଭୁଲ ପାଇଁ ପୃଥିବୀକୁ ଦଣ୍ଡ ଭୋଗିବାକୁ ଆସିଛି ଅପସରା ମେନକା । କିନ୍ତୁ ପ୍ରଥମରୁ ଆସିବାକୁ ଡରୁଥିବା ମେନକା ପୃଥିବୀ ଛାଡିବାକୁ ନାରାଜ । ପାତାଳ ଲୋକର ଜଣେ ଯୁବକ ପ୍ରେମରେ ମେନକା । ଆଉ ସେପଟେ ଥରହର ଦେବତାଗଣ । ଏମିତି କିଛି ନିଆରା କାହାଣୀକୁ ନେଇ ନିର୍ମିର୍ତ ହୋଇଛି ଏହି ଫିଲ୍ମ ।

ଏଥିରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ନିଲାକ୍ଷୀ ପାତ୍ର ନାୟକ, ଅଭିନେତା ଅଭିଜିତ୍ ଦାସ ଅଭିନୟ କରିଛନ୍ତି । ନିର୍ଦ୍ଦେଶନା ଓ ସ୍କ୍ରିପ୍ଟ ଦାୟିତ୍ୱରେ ସଞ୍ଜୟ ନାୟକଙ୍କ ଥିବାବେଳେ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି କବିର ଦାସ । ଗୀତ ଲେଖିଛନ୍ତି ଲୋକପ୍ରିୟ ଲେଖକ ନିର୍ମଳ ନାୟକ ଓ ତାଙ୍କ ସହିତ ନିହାର ପ୍ରିୟାଶିଷ୍ । ଗୀତଗୁଡିକୁ ସଙ୍ଗୀତରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଏବଂ ନୃତ୍ୟ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଲୁବୁନ ଟୁବୁନ । ଗୀତକୁ ଗାଇଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ନେହା ନିହାରିକା, ସତ୍ୟଜିତ, ଅନ୍ତରା ଚକ୍ରବର୍ତ୍ତୀ ଓ ସୁଭାଶିଷ ସାହୁ । ସେହିପରି ଆରେଞ୍ଜମେଣ୍ଟରେ ରହିଛନ୍ତି ରାଜା ଓ ଅନୀଲ ।

Leave A Reply

Your email address will not be published.