Latest Odisha News

BREAKING NEWS

ବିଧାନସଭା ବାହାରେ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟାର୍ଗେଟ୍

ଭୁବନେଶ୍ୱର: ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ବାହାରେ ବିରୋଧୀଙ୍କ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ଅଭିଯୋଗର ଜବାବ ରଖିଛନ୍ତି ନବୀନ । କହିଛନ୍ତି, ଓଡ଼ିଶାରେ ଆଇନ୍ ଶୃଙ୍ଖଳା ସ୍ଥିତି ପାଇଁ ପୁଞ୍ଜିନିବେଶ ଆସୁଛି । ଯଦି ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ଖରାପ ଥାଆନ୍ତା ତ ନିବେଶ ହେଉ ନଥାନ୍ତା । ଦେଶରେ ଓଡ଼ିଶାରେ ସବୁଠୁ ଅଧିକ ପୁଞ୍ଜିନିବେଶ ହେଉଛି ।

ରାଜ୍ୟରେ ଶିଳ୍ପ ଉତ୍ପାଦନ ଓ କୃଷି ଉତ୍ପାଦନ କଥାକୁ କହିଛନ୍ତି ନବୀନ । ଯଦି ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ଠିକ୍ ନଥାନ୍ତା ତେବେ ଶିଳ୍ପ ଉତ୍ପାଦନ ଓ କୃଷି ଉତ୍ପାଦନ ପ୍ରତିବର୍ଷ ରେକର୍ଡ କରୁ ନଥାନ୍ତା । ରାଜ୍ୟରେ ପରିବହନ ଓ ବାଣଜ୍ୟିକ ପରିବହନ ମଧ୍ୟ ଆଇନ୍ ଶୃଙ୍ଖଳା ସ୍ଥିତିକୁ ଦର୍ଶାଉଛି । ଓଡ଼ିଶାରେ ପରିବହନ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ନାହିଁ । ଫଳରେ ଦେଶରେ ଓଡ଼ିଶାରୁ ରେଲୱେ ସବୁଠୁ ଅଧିକ ଲାଭ ପାଉଛି ବୋଲି କହିଛନ୍ତି ନବୀନ ।

ହକି ବିଶ୍ୱକପ୍, ରଥ ଯାତ୍ରା, ନିର୍ବାଚନ ଓ ପରୀକ୍ଷା ନିର୍ବିଘ୍ନରେ ରାଜ୍ୟରେ ହେଉଛି । ଯଦି ଆଇନ୍ ଶୃଙ୍ଖଳା ବିଗିଡ଼ିଥାନ୍ତା ଏସବୁ ସମ୍ଭବ ହୁଅନ୍ତା ନାହିଁ । ସାମ୍ପ୍ରଦାୟିକ ଦଙ୍ଗା, ବାମପନ୍ଥୀ, ଶ୍ରମିକ ମାନଙ୍କ ସମସ୍ୟାକୁ ଓଡ଼ିଶା ଉତ୍ତମ ଭାବେ ପରିଚାଳନା କରୁଛି । ଅଭିବୃଦ୍ଧି ଓ ରାଜସ୍ୱ ଆୟ ମଧ୍ୟ ରାଜ୍ୟର ଆଇନ୍ ଶୃଙ୍ଖଳା ଉପରେ ନିର୍ଭରଶୀଳ । ପ୍ରତିବର୍ଷ ଓଡ଼ିଶାର ରାଜସ୍ୱ ଆୟ ବୃଦ୍ଧି ପାଉଛି ।

ତେଣୁ ବିରୋଧୀ ଯେଉଁ ଆଇନ୍ ନାହିଁ କହୁଛନ୍ତି ସେମାନେ ଏକଥାକୁ ମସ୍ତିଷ୍କରେ ରଖନ୍ତୁ । ମୁଁ ଅନେକ ଗୁଡ଼ିଏ ମେକ୍ ଇନ୍ କନକ୍ଲେଭରେ ଯୋଗ ଦେଇଛି । ଯେଉଁଠି ପୁଞ୍ଜିନିବେଶକାରୀ କୁହନ୍ତି ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଆମେ ଓଡ଼ିଶା ଯିବାକୁ ଓ ନିବେଶ କରିବାକୁ ଆଗ୍ରହୀ କାରଣ ଓଡ଼ିଶାରେ ଆଇନ୍ ଶୃଙ୍ଖଳା ସ୍ଥିତି ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.