Latest Odisha News

ଓଡିଆ ଘରର କାହାଣୀକୁ ନେଇ ଆସୁଛି ନୂଆ ଫିଲ୍ମ ‘ତୁମ ବିନା’

ଭୁବନେଶ୍ୱର: ବନ୍ଧୁତ୍ୱରୁ ପ୍ରେମ, ପ୍ରେମରୁ ବାହାଘର । ଆଉ ଖୁସିର ସଂସାର ଭିତରେ ଆସିଛି ଗୋଟେ କୁନି ପରି । ମାନେ ନିଶୀଥ ଓ ଦୀପାଳିଙ୍କ ଝିଅଟିଏ ହେବା ପରେ ଘର ଖୁସିରେ ଭରିଯାଇଛି । ହେଲେ ହଠାତ ଆସିଛି ଏକ ଅପ୍ରତ୍ୟାଶିତ ଝଡ଼ , ଯାହା ପୁରା ସଂସାରକୁ ଓଲଟାଇ ଦେଇଛି । ନିଶୀଥ ନିଜର ଚାକିରି ହରାଇଛି ଓ ତା’ସାଙ୍ଗରେ ହରାଇଛି ନିଜ ଝିଅ ଓ ସ୍ତ୍ରୀକୁ ବି । ତେବେ କେମିତି ଓ କାହିଁକି ଚାକିରି ହରାଇଲା ନିଶୀଥ ? ଦୀପାଳି କଣ ନିଜ ପରିବାର ର ଦାୟିତ୍ୱ ନିଜ କାନ୍ଧରେ ଉଠାଇ ପାରିବ? ନିଶିଥ କଣ ଏହାକୁ ଗ୍ରହଣ କରିପାରିବେ? ଏମିତି ବହୁ ପ୍ରଶ୍ନର ଉତ୍ତର ନେଇ ଆଗକୁ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୁମ ବିନା\’ । ସମ୍ପୂର୍ଣ୍ଣ ଓଡିଆ ଘରର କାହାଣୀକୁ ନେଇ ତିଆରି ହୋଇଛି ଏହି ଫିଲ୍ମ ।

ଏହି ଫିଲ୍ମରେ ଅଭିନେତା ଶ୍ରୀତମ ଦାସ ନିର୍ଦ୍ଦେଶନା ତଥା ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି । କାହାଣୀ ପରିକଳ୍ପନା କରିଛନ୍ତି ଜୀ ସାର୍ଥକ ଚିଫ୍ ଚାନେଲ ଅଫିସର ପ୍ରତୀକ ସିଲ୍ । ସଙ୍ଗୀତରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ । ଗୀତଗୁଡିକୁ ଲେଖିଛନ୍ତି ସୂର୍ଯ୍ୟ ମହାପାତ୍ର ଓ ଗାଇଛନ୍ତି ଗାୟକ ହ୍ୟୁମାନ ସାଗର, ବିଷ୍ଣୁ ମୋହନ କବି, ଗାୟିକା ଲିପ୍ସା ମହାପାତ୍ର ଓ ଲିପାକ୍ଷୀ ଦାସ ।

ଫିଲ୍ମର ନିର୍ଦ୍ଦେଶନା ତଥା ପ୍ରଯୋଜନା ସହିତ ମୁଖ୍ୟ ଚରିତ୍ରରେ ମଧ୍ୟ ଅଛନ୍ତି ଶ୍ରୀତମ ଦାସ । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତିି ନାୟିକା ଲିପ୍‌ଶା ମିଶ୍ର, ଉଷଶୀ ମିଶ୍ର ଓ ଶିଶୁ କଳାକାର ଲତାଶା । ଏହ ଫିଲ୍ମଟିି ଦର୍ଶକଙ୍କ ନିଶ୍ଚୟ ଆଦୃତି ଲାଭ କରିବ ବୋଲି ଜୀ-ସାର୍ଥକ ପକ୍ଷରୁ ଆଶା ପ୍ରକଟ କରାଯାଇଛି ।

Comments are closed.