ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ସଂଗଠନ ‘ବିଜେବି ଫ୍ରେଣ୍ଡସ୍’ର ୨୦୨୬-୨୦୨୮ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଗତ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହାପରେ ସୋମବାର ଦିନ ମହାବିଦ୍ୟାଳୟର ଅଧ୍ୟକ୍ଷା ରୀତା ଦାସଙ୍କ ପୌରୋହିତ୍ୟରେ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ପାଠ ଉତ୍ସବ ସମ୍ପନ୍ନ ହୋଇଛି।
‘ବିଜେବି ଫ୍ରେଣ୍ଡସ୍’ର ନବନିର୍ବାଚିତ ମୁଖ୍ୟ କର୍ମକର୍ତ୍ତା:
କାର୍ଯ୍ୟକାରୀ ସଭାପତି: ବିଶ୍ୱପ୍ରକାଶ ପଟ୍ଟନାୟକ
ସାଧାରଣ ସମ୍ପାଦକ: ରୁଦ୍ର ନାରାୟଣ ସାମନ୍ତରାୟ
କୋଷାଧ୍ୟକ୍ଷ: ମିହିର କାନ୍ତ ପ୍ରହରାଜ
ଏଥିସହିତ ୧୨ ଜଣ ସଦସ୍ୟ କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ – ବିଶ୍ୱରଞ୍ଜନ ସାହୁ, ଅରବିନ୍ଦ ପ୍ରସାଦ ବଳ, ଦିଲ୍ଲୀପ କୁମାର ସେନାପତି, ତିରୁପତି ପ୍ରସାଦ ପଣ୍ଡା, ଅମର ମହାପାତ୍ର, ସୁଚିତ୍ରା ସାହୁ, ବିଶ୍ୱ ବିଜୟ ବକ୍ସି ଆଚାର୍ଯ୍ୟ, କଳ୍ପତରୁ ଓଝା, ପ୍ରଦୀପ କୁମାର ସାମଲ, ସ୍ମରିତା ସାମନ୍ତରାୟ, ମଳୟ କେତନ ଜେନା ଏବଂ ଦୟାନନ୍ଦ ରଥ।
ଏହି ଅବସରରେ ସମସ୍ତ ସଦସ୍ୟ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଶପଥ ନେବା ସହ ସଂଗଠନର ସଭ୍ୟ ସଂଖ୍ୟା ବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି।