Latest Odisha News

BREAKING NEWS

ଓଡ଼ିଶାରେ ଗଠିତ ହେଲା ନୂଆ ରାଜନୈତିକ ସାମ୍ମୁଖ୍ୟ

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ବିଜେଡ଼ି ସରକାରକୁ କ୍ଷମତାଠୁ ଦୂରରେ ରଖିବାର ଶପଥ ନେଇ ଦୁଇଟି ଆଞ୍ଚଳିକ ଦଳ ସମତା କ୍ରାନ୍ତି ଦଳ ଓ ଉତ୍କଳ ଭାରତ ଦ୍ୱାରା ସୋମବାର ଦିନ ଏକ ନୂଆ ରାଜନୈତିକ ସାମ୍ମୁଖ୍ୟ ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’ ଗଠିତ ହୋଇଛି ।

ନୂଆ ରାଜନୈତିକ ସାମ୍ମୁଖ୍ୟ ଘୋଷଣା କରିବା ଅବସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ଓ ସମତା କ୍ରାନ୍ତି ଦଳର ସଭାପତି ବ୍ରଜ କିଶୋର ତ୍ରିପାଠୀ କହିଛନ୍ତି, ଏହି ନୂଆ ସାମ୍ମୁଖ୍ୟ ଆସନ୍ତା ବିଧାନସଭା ନିର୍ବାଚନରେ ସମସ୍ତ ବିଧାନସଭା ଆସନରେ ପ୍ରାର୍ଥୀ ଛିଡ଼ା କରିବ । ଏହି ଅବସରରେ ସେମାନେ ଅଣ-ବିଜେପି ଓ ଅଣ-ବିଜେଡ଼ି ନେତୃବୃନ୍ଦଙ୍କୁ ଏହି ସାମ୍ମୁଖ୍ୟରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ।

ଅନ୍ୟପକ୍ଷରେ, ବିଜେଡ଼ି ପକ୍ଷରୁ ଏନେଇ ପ୍ରତିକ୍ରିୟା ପ୍ରକାଶ କରି କୁହାଯାଇଛି ଯେ, ଏହି ନୂଆ ସାମ୍ମୁଖ୍ୟ ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇପାରିବ ନାହିଁ ।
“ଏହି ନୂଆ ସାମ୍ମୁଖ୍ୟ ବିଜେଡ଼ି ବିରୋଧରେ ଗଠିତ ହୋଇଛି, ଯେଉଁ ଦଳ ରାଜ୍ୟର ଅଭିବୃଦ୍ଧି ଲାଗି ନିରନ୍ତର ଚେଷ୍ଟା କରି ଚାଲିଛି । ନିର୍ବାଚନ ପୂର୍ବରୁ ଏପରି ସାଧାରଣତଃ ରାଜନୈତିକ ସାମ୍ମୁଖ୍ୟ ଗଠିତ ହୋଇଥାଏ, ଏହା କେଉଁ ବଡ଼ କଥା ନୁହେଁ ମାତ୍ର ନିର୍ବାଚନ ପରେ ଏହି ସାମ୍ମୁଖ୍ୟ ଗୁଡ଼ିକ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଆନ୍ତି । ସେହିପରି ୨୦୧୪ ମସିହା ବିଧାନସଭା ନିର୍ବାଚନ ସମୟରେ ଏକ ସାମ୍ମୁଖ୍ୟ ଗଠନ ହୋଇଥିଲା । ମାତ୍ର ଏହା ସେହି ନିର୍ବାଚନରେ ନିଜର ଅମାନତ ହରାଇବା ସହିତ ନିର୍ବାଚନ ପରେ କୁଆଡ଼େ ହଜି ଯାଇଥିଲା । ” ଗଣମାଧ୍ୟମକୁ ଦଳର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ବିଜେଡ଼ି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର ।

Leave A Reply

Your email address will not be published.