Latest Odisha News

ଭୋଟର ତାଲିକାରେ ୫ ଲକ୍ଷରୁ ଅଧିକ ନୂଆ ନାମ ସଂଯୁକ୍ତ: ସିଇଓ

ଭୁବନେଶ୍ୱର: ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ଦ୍ୱାରା ଘୋଷିତ ହେବା ସହିତ ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ଙ୍କ ଦ୍ୱାରା ପ୍ରାୟ ୫ ଲକ୍ଷ ନୂଆ ଭୋଟର ଅନ୍ତଭୃକ୍ତ ହୋଇଥିବା ଜଣାପଡ଼ିଛି ।

ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର କହିଛନ୍ତି, ଗତ ସେପ୍ଟେମ୍ବର ୧ ତାରିଖ ୨୦୧୮ ମସିହା ଦିନ ଭୋଟର ପରିଚୟ ପତ୍ର ଅନୁଯାୟୀ ପ୍ରକାଶିତ ହୋଇଥିବା ୩,୧୨, ୫୨, ୩୩୩ ରେ ୫,୮୪, ୪୫୪ ନୂଆ ଭୋଟର ଅନ୍ତଭୃକ୍ତ ହେବା ପରେ ଏହି ତାଲିକା ୩, ୧୮, ୦୦, ୭୮୭ ରେ ପହଞ୍ଚିଛି ।

ଚୂଡ଼ାନ୍ତ ଭୋଟର ତାଲିକାରେ ୧, ୬୩, ୩୭, ୩୧୦ ପୁରୁଷ ଭୋଟର ରହିଥିବା ବେଳେ ୧, ୫୪, ୬୦, ୫୪୫ ମହିଳା ଭୋଟର ରହିଛନ୍ତି, ତେବେ ଏହି ତାଲିକାରେ ୨୯୩୨ ଜଣ ଭିନ୍ନଲିଙ୍ଗୀ ସାମିଲ ଥିବା ସୂଚନା ମିଳିଛି ।

ସୋମବାର ଦିନ ପ୍ରେସମିଟରେ ଏହି ଚୂଡ଼ାନ୍ତ ଭୋଟର ତାଲିକା ସମ୍ପର୍କରେ ସିିଇଓଙ୍କ ଦ୍ୱାରା ପ୍ରଦତ୍ତ ମୁଖ୍ୟାଂଶ ।

୧ – ଭୋଟର ତାଲିକାରେ ନିଜ ନାମ ଦରଜ କରିବାକୁ ୨୩, ୭୬, ୫୯୫ଟି ଦରଖାସ୍ତ ଆସିଥିବା ବେଳେ ସେଥିମଧ୍ୟରୁ ୨୩, ୪୭, ୫୨୧ ଜଣକ ବ୍ୟକ୍ତିଙ୍କ ନାମ ଚୂଡ଼ାନ୍ତ ତାଲିକାରେ ଅନ୍ତଭୃକ୍ତ ହୋଇଛି ।

୨ – ନିର୍ବାଚନୀ ଲୋକସଂଖ୍ୟ (ଇପି) ୧.୫୧ ଆନୁପାତିକ ବୃଦ୍ଧି ଘଟିବା ଫଳରେ ଏହା ୬୯.୭୫ ପ୍ରତିଶତରୁ ୭୧.୨୬ ପ୍ରତିଶତକୁ ବୃଦ୍ଧି ଘଟିଛି ।

୩ – ଲିଙ୍ଗ ଭିତ୍ତିକ ଆନୁପାତିକ ତାରତମ୍ୟ ଦେଖିବାକୁ ଗଲେ ପୁରୁଷ ଭୋଟରଙ୍କ ଅପେକ୍ଷା ପ୍ରତି ୧୦୦୦ ଭୋଟରଙ୍କ ମଧ୍ୟରେ ମହିଳା ଭୋଟର ସଂଖ୍ୟା ବୃଦ୍ଧି ପାଇ ୯୩୬ରୁ ୯୪୬ରେ ପହଞ୍ଚିଛି ।

୪ – ଏହି ତାଲିକାରେ ଯୁବ ଭୋଟରଙ୍କ (୧୮ ବର୍ଷରୁ ୧୯ ବର୍ଷ) ସଂଖ୍ୟା ବୃଦ୍ଧି ଘଟିଛି । ଏହା ୧, ୩୩, ୮୯୬ ରୁ ବୃଦ୍ଧି ଘଟି ୫, ୪୫, ୪୦୧ ସଂଖ୍ୟାରେ ପହଞ୍ଚିଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭୋଟର ମାନଙ୍କୁ ସେମାନଙ୍କ ନାମ ତାଲିକାରେ ରହିଥିବା ନେଇ ନିର୍ବାଚନ କମଶନଙ୍କ www.ceoorissa.nic.in or www.nvsp.in ୱେବସାଇଟ ରେ ଯାଞ୍ଚ କରିପାରିବେ । ନିଜ ନାମ ଭୋଟର ତାଲିକାରେ ରହିଥିଲେ ଆଗାମୀ ନିର୍ବାଚନରେ ଭୋଟର ମାନେ ନିଜର ମତ ସାବ୍ୟସ୍ତ କରିପାରିବେ ।

ଏହା ବ୍ୟତୀତ, ଆସନ୍ତା ଜାନୁଆରୀ ୩୧ ତାରିଖରୁ ବିଭିନ୍ନ ସ୍ଥାନରେ ଆରମ୍ଭ ହେଉଥିବା ଜନସାଧାରଣ ଭୋଟର ସହାୟକ କେନ୍ଦ୍ର ମାନଙ୍କରେ ସେମାନଙ୍କ ନାମ ଯାଞ୍ଚ କରିପାରିବେ । ଏହି କେନ୍ଦ୍ର ଗୁଡ଼ିକ ଜିଲ୍ଲା ଶିକ୍ଷା ଅଧିକାରୀ (ଡ଼ିଇଓ), ଜିଲ୍ଲାପାଳ, ଇଆରଓ ତଥା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ହୋଇପାରିବ । ଯେଉଁ ମାନଙ୍କ ବୟସ ୨୦୧୯ ମସିହା ଜାନୁଆରୀ ୧ ତାରିଖ ସୁଦ୍ଧା ୧୮ ବର୍ଷ ବା ତଦୁର୍ଦ୍ଧ ହୋଇଥିବ ସେମାନେ ଫର୍ମ – ୫ ମାଧ୍ୟମରେ ଆବେଦନ କରିପାରିବେ ।

Leave A Reply

Your email address will not be published.