Latest Odisha News

BREAKING NEWS

୩୪ ବର୍ଷ ପରେ କଶ୍ମୀରରେ ହେଉଛି ଶତାଧିକ ଫିଲ୍ମର ଶୁଟିଂ

ନୂଆଦିଲ୍ଲୀ: ଫିଲ୍ମ ପରଦାରେ ଏବେ ପୁନର୍ବାର କଶ୍ମୀରର ସୌନ୍ଦର୍ଯ୍ୟ ଝଲସିବା ଆରମ୍ଭ ହୋଇଛି । ୩୪ ବର୍ଷ ପରେ ଏଠାରେ ଫିଲ୍ମ ଶୁଟିଂର ହାର ଦ୍ରୁତ ବେଗରେ ବୃଦ୍ଧି ପାଇଛି । ୨ ବର୍ଷ ମଧ୍ୟରେ ୨୦୦ ଫିଲ୍ମ, ୱେବ ସିରିଜ ଓ ଆଲବମର ଶୁଟିଂ ଏଠାରେ ହୋଇ ସାରିଲାଣି । ଆତଙ୍କବାଦୀଙ୍କ କବଜାରେ ଥିବା କଶ୍ମୀର ଏବେ ଧୀରେ ଧୀରେ ପୂର୍ବାବସ୍ଥାକୁ ଫେରୁଛି । ଲୋକଙ୍କ ମନରେ ସାହସ ଭରିଛି । ପର୍ଯ୍ୟଟନ ଶିଳ୍ପରେ ବିକାଶ ଆରମ୍ଭ ହୋଇଛି । ଜମ୍ମୁ-କଶ୍ମୀର ଫିଲ୍ମ ବିକାଶ ପରିଷଦର ଗଠନ ୨୦୨୧ରେ ହୋଇଥିଲା । ଶୁଟିଂ ପ୍ରକ୍ରିୟା ସହଜ ହେବା ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ଏହା ପରେ ୧୦୦୦ରୁ ଅଧିକ କଳାକାର ଏଥିରେ ରେଜିଷ୍ଟ୍ରେଶନ କରିଛନ୍ତି । କଶ୍ମୀରର ମନୋରମ ପ୍ରାକୃତିକ ଦୃଶ୍ୟରେ ଭରପୂର ଗୁଲମାର୍ଗ, ପହଲଗାମ, ଡଲ ଲେକ, ଦୁଧପଥରୀ ଓ ଯୋଗମାର୍ଗ ପରି ସ୍ଥାନରେ ଶୁଟିଂ ଜୋର ସୋରରେ ହେଉଛି । ୯୦ ଦଶକ ପୂର୍ବରୁ ଏଠାରେ ଶୁଟିଂ ହେଉଥିଲା । ମାତ୍ର ଏହା ପରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ଏଥିରେ ଶୁଟିଂ ହାର କମି ଯାଇଥିଲା ।

Leave A Reply

Your email address will not be published.