Latest Odisha News

BREAKING NEWS

କ୍ରମାଗତ ୪୪ ଦିନ ପାଇଁ ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ବିଗତ ୪୪ ଦିନ ହେବ ଦୈନିକ ଭାରତରେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ତୁଳନାରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଅଧିକ ରହି ଆସୁଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୫୪୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୪୩,୮୫୧। ଏହାଦ୍ୱାରା ସକ୍ରିୟ କରୋନା ମାମଲା ୧୩,୩୦୩ ହ୍ରାସ ପାଇ ୪,୬୫,୪୭୮ରହିଛି ।

ୟୁରୋପର ଅନେକ ଦେଶ ଏବଂ ଆମେରିକାରେ ଦୈନିକ କରୋନାର ନୂଆ ମାମଲା କ୍ରମାଗତ ବୃଦ୍ଧି ପାଉଥିବା ବେଳେ ଭାରତରେ ସଂକ୍ରମଣ ହାର ବହୁତ କମ୍ ରହିଛି।

ଆଜି ସୁସ୍ଥ ହାର ୯୩.୨୭ %କୁ ବୃଦ୍ଧି ପାଇଛି । ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ ୮୨,୪୯,୫୭୯ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ ୭୮.୫୯% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି ।

ଦିଲ୍ଲୀରେ ସର୍ବାଧିକ ୭,୬୦୬ ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ କେରଳରେ ୬,୬୮୪ ଏବଂ ପଶ୍ଚିମବଙ୍ଗରେ ୪,୪୮୦ ଜଣ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ଆସିଥିବା ନୂଆ ପଜିଟିଭ୍ ମାମଲା ମଧ୍ୟରୁ ୭୬.୬୩% ଆସିଛି ୧୦ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

Leave A Reply

Your email address will not be published.