Latest Odisha News

ଟୁଥ ବ୍ରଶରେ ନିଜ ଜୋତା ସଫା କରୁଛନ୍ତି ବିରାଟ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଅନୁଷ୍କା

ଭୁବନେଶ୍ୱର: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ବର୍ତ୍ତମାନ ଦୁବାଇରେ ଅଛନ୍ତି। ନିକଟରେ ଅନୁଷ୍କା ଅନ୍ୟ କ୍ରିକେଟରଙ୍କ ସହ ମିଶି ବିରାଟଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ଏହାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା।

ନିକଟରେ ଅନୁଷ୍କା ସୋସିଆଲ ମିଡିଆରେ ବିରାଟଙ୍କ ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି।

ଉଡ଼-ବି ମଦର ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାମରେ ବିରାଟଙ୍କର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ବିରାଟ ଜୋତା ସଫା କରୁଥିବାର ନଜର ଆସିଛନ୍ତି । ଏହି ଫଟୋରେ ବିରାଟ ଏକ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ସହ ବାଥରୁମ ସିଙ୍କ ନିକଟରେ ଟୁଥ୍ ବ୍ରଶ ସାହାଯ୍ୟରେ ଜୋତା ସଫା କରୁଥିବା ଦେଖିବାକୁ ମିଳିଛି।

ଫଟୋଟି ପୋଷ୍ଟ କରି ଅନୁଷ୍କା ଲେଖିଛନ୍ତି, “ଟୁରକୁ ଯିବା ପୂର୍ବରୁ ନିଜ କାଦୁଅ ଲାଗା ଜୋତା ସଫା କରୁଥିବା ଅବସ୍ଥାରେ ଧାରା ପଡିଛନ୍ତି ସ୍ୱାମୀ” ।

୨୦୨୧ ଜାନୁଆରୀରେ ବିରାଟ ଏବଂ ଅନୁଷ୍କା ସେମାନଙ୍କର ପ୍ରଥମ ସନ୍ତାନଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି।

Comments are closed.