Latest Odisha News

BREAKING NEWS

ନୂଆବର୍ଷରେ ଜଗା ଦର୍ଶନ ପାଇଁ ଭିଡ: ଲାଗୁ ହେଲା ଡ୍ରେସ କୋଡ, ପାନ, ଗୁଟଖା ଉପରେ କଟକଣା

ଭୁବନେଶ୍ୱର: ଆଜି ନୂଆବର୍ଷ । ସକାଳୁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି  । ନୂଆ ବର୍ଷରେ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ରାତି ଗୋଟାଏରୁ ପହଡ ଖୋଲା ଯାଇଛି । ଧାଡିରେ ଭକ୍ତମାନେ ଜଗାକୁ ଦର୍ଶନ କରୁଛନ୍ତି ।

ଆଜିଠାରୁ ଶ୍ରୀମନ୍ଦିରରେ ନୂଆ ନିୟମ ଲାଗୁ ହୋଇଛି । ଶାଳୀନତାପୂର୍ଣ୍ଣ ପୋଷାକ ଉପରେ ଗୁରୁତ୍ୱ ଦିଆଯାଉଛି । ଭକ୍ତଙ୍କର ଶାଳୀନତାପୂର୍ଣ ପୋଷାକ ପିନ୍ଧିବା ଉପରେ କଟକଣା ଜାରି କରାଯାଇଛି । ସେହିପରି ପାନ,ଗୁଟଖା ଖାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଆଜିଠାରୁ ପାନ, ଗୁଟଖା ଖାଇ ମନ୍ଦିର ଭିତରକୁ ଯାଇ ପାରିବେନି ଭକ୍ତ । ସେହିପରି ଆଜିଠାରୁ ଏସି ଟନେଲଲ ଦେଇ ମନ୍ଦିରକୁ ଯିବେ ଶ୍ରଦ୍ଧାଳୁ।

ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଖରା ଗରମରେ ଛିଡା ହୋଇ ଭକ୍ତଙ୍କୁ ଅପେକ୍ଷା କରିବାକୁ ପଡୁଥିଲା । ହେଲେ ଆଜିଠାରୁ ଏସି ଟନେଲ ଦେଇ ମନ୍ଦିରକୁ ଯିବେ ଭକ୍ତ । ଫଳରେ ଆଉ ଛିଡା ହେବାର କଷ୍ଟ ଅନୁଭବ କରିବେ ନାହିଁ ।  ୧୨ମିଟର ଚଉଡା ଓ ୮୪ ମିଟର ଲମ୍ବ ବିଶିଷ୍ଟ ଏହି ଏସି ଟନେଲରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏଥିରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ୧୦ଟି ଧାଡି ରହିଛି । ଏପରିକି ବସିବା ପାଇଁ ବେଂଚର ବ୍ୟବସ୍ଥା ରହିଛି ।  ଶ୍ରୀମନ୍ଦିର କାର୍ଯ୍ୟାଳୟ ପଛପଟେ ଭକ୍ତଙ୍କ ପାଇଁ ହୋଇଥିବା ଜର୍ମାନୀ ହ୍ୟାଙ୍ଗର ବ୍ୟବସ୍ଥା କରାଯାଇଛି ଯେଉଁଥିରେ ରେଲିଂ, ଏସି, ସିସିଟିଭି, ବସିବା ପାଇଁ ବେଂଚ, ପିଇବା ପାଣି, ଜୋତା, ଷ୍ଟାଣ୍ଡ, ଟଏଲେଟର ବ୍ୟବସ୍ଥା ରହିଛି । ସେହିପରି ଏସି ଟନେଲ ଭିତରେ ଆଧାତ୍ମିକ ପରିବେଶର ଅନୁଭବ ପାଇଁ ଉପର ଅଂଶରେ ରହିଛି ରଥଚକର ସିମ୍ବଲ ।

Leave A Reply

Your email address will not be published.