Latest Odisha News

ଖୋର୍ଦ୍ଧା ଓ ସୋନପୁରରେ ନୂଆ ଏସପି

ଭୁବନେଶ୍ୱର : ବରିଷ୍ଠ ଓପିଏସ୍ ସ୍ତରରେ ଅଦଳବଦଳ । ଖୋର୍ଦ୍ଧା ଓ ସୋନପୁରରେ ନୂଆ ପୋଲିସ୍ ଏସପିଙ୍କୁ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର । କ୍ରାଇମବ୍ରାଞ୍ଚ ଏସପି ରାଜକିଶୋର ଦୋରାଙ୍କୁ ଖୋର୍ଦ୍ଧା ଜିଲ୍ଲା ଏସପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ, ଗଜପତିରେ ଅତିରିକ୍ତ ଏସପି ଥିବା ସୀତାରାମ ଶତପଥୀଙ୍କୁ ସୋନପୁର ଜିଲ୍ଲାର ଏସପି ଭାବେ ନିଯୁକ୍ତ କରିଛନ୍ତି ସରକାର ।

ସେହିପରି ୩ ଜଣ ବରିଷ୍ଠ ଓପିଏସଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ମିଳିଛି । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଅତିରିକ୍ତ ପୋଲିସ ଏସପି ପାହ୍ୟାରେ କାର୍ଯ୍ୟରତ ବରିଷ୍ଠ ଓପିଏସ୍ ରମେଶ ଚନ୍ଦ୍ର ପାଣିଗ୍ରାହୀ, ସୁବ୍ରତ ମହାନ୍ତି ଓ ବିନୟକୃଷ୍ଣ କାମିଲାଙ୍କୁ ପଦୋନ୍ନତି ମିଳିଛି । ଓପିଏସ୍ ସୁବ୍ରତ ମହାନ୍ତିଙ୍କୁ ଭୁବନେଶ୍ୱର SIW ଏସପି, ବିନୟକୃଷ୍ଣ କାମିଲାଙ୍କୁ କ୍ରାଇମବ୍ରାଞ୍ଚ ଏସପି ଏବଂ ରମେଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଏସପି ପିଏମଟି ଭାବେ ନିଯୁକ୍ତ ଦିଆଯାଇଛି ।

Comments are closed.